Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟ ରେ ଭି-କନ୍ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୧୪/୦୧(ସନତ ପ୍ରଧାନୀ)
ବର୍ତ୍ତମାନ ଯୁଗକୁ ବିଜ୍ଞାନର ଯୁଗ ବୋଲି କୁହାଯାଏ । ବିଜ୍ଞାନକୁ ବାଦ୍ ଦେଇ ଉନ୍ନତ ଜୀବନ ଯାପନ ପରିକଳ୍ପନା କରାଯାଇ ନପାରେ । ଶିଶୁ ମନ ନେଇ ଶିକ୍ଷା ଆରମ୍ଭ କରିଥିବା କୁନି କୁନି ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଓ ଉଚ୍ଚ ଆକାଂକ୍ଷା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିକାଶ ଆବାସିକ ବିଦ୍ୟାଳୟ, ଭବାନୀପାଟଣା ଦ୍ଵାରା ସ୍କୁଲ ଅଡିଟୋରିୟମଠାରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କର ବିଜ୍ଞାନ, କଳା,ସାଂସ୍କୃତିକ, ନୈତିକଧର୍ମୀ ପ୍ରଦର୍ଶନୀ *”ଭି-କନ୍ ୨୦୨୫”* ଆୟୋଜିତ କରାଯାଇଥିଲା। ଏଥିରେ ଲକ୍ଷ୍ମୀ ବିକାଶ ଅନୁଷ୍ଠାନର ଚେୟାରମ୍ୟାନ ଡି. ନାଗେଶ୍ଵର ରାଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ନୂତନ ବର୍ଷର ଅଭିନନ୍ଦନ ସହ ସେ ଛାତ୍ର ଛାତ୍ରୀଙ୍କୁ ଲକ୍ଷ୍ୟଚ୍ୟୁତ ନ ହୋଇ ଅଧ୍ୟବସାୟୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରଦର୍ଶନୀରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାର, ଶିକ୍ଷା ପ୍ରଭାରୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ, ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ପାଠ୍ୟକ୍ରମ ବ୍ୟତୀତ ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଅନୁଭୂତି ସଂପନ୍ନ ଶିକ୍ଷା ପଦ୍ଧତି ଅବଲମ୍ବନ କରି କଳାତ୍ମକ, ସାଂସ୍କୃତିକ, ଗୀତାସାର , ବିଭିନ୍ନ ରାଜ୍ୟର ବେଶଭୂଷା, ଖାଦ୍ୟପେୟ ଭିତ୍ତିଭୂମି ମାଧ୍ୟମରେ ଅନେକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀର ଆୟୋଜନ ଓ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନା ମୁଖ୍ୟ ଅତିଥିଙ୍କ ସମେତ ସହରର ବୁଦ୍ଧିଜୀବୀ ତଥା ଅଭିଭାବକ ମହଲରେ ବେଶ୍ ପ୍ରଶଂସିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ