Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ କଲେଜରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ।

କଳାହାଣ୍ଡି:୧୬/୦୧(ସନତ ପ୍ରଧାନୀ)
କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଆୟୋଜିତ ୮ ଦିନର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ କଲେଜ ର ଅଧକ୍ଷ ଡ଼.ନିହାରକାନ୍ତ ପାଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରିଣୀ ସୁଶ୍ରୀ ରଶ୍ମିତା ନେତମ୍, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝି, ଏବଂ ପୂର୍ବତନ ବ୍ଲକ ଉପାଧକ୍ଷ୍ୟା ଧୀରାମଣି ଦାସ ଉପସ୍ଥିତ ଥିଲେ। ପରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ରେ ଉତ୍ତୀର୍ଣ୍ଣ ଛାତ୍ରୀମାନଙ୍କୁ ସର୍ଟିଫିକେଟ୍ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ସହ ସ୍ୱାଗତ ଅଭିଭାଷଣ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଓ ଅଧ୍ୟାପିକା କଲ୍ୟାଣୀ ମହାନ୍ତି ପ୍ରଦାନ କରିଥିଲେ।ପିଇଟି କାଉଡୋଳା ୟୁପି ସ୍କୁଲ ସୁମିତ୍ରା ଧଙ୍ଗଡାମାଝୀ ଛାତ୍ରୀ ଙ୍କୁ ପ୍ରଶିକ୍ଷଣ କରିଥିଲେ। ପ୍ରଶାନ୍ତ ଯୋଷୀ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ସଫଳ କରିବାକୁ ଅଧ୍ୟାପକ ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ଶଂକର ସତନାମୀ, ଭାଗବତ କଟା, ଅଧ୍ୟାପିକା ଅଙ୍କିତା ଖୁରା,ତୁଳସୀ ବାଗ, ବିଭୁଜନ ସାହୁ, ଭାନୁମତୀ ମାଝି, ସପ୍ନା ନାଇକ, ଦିବାକର ଦୁର୍ଗା ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ