Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଗଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି:୨୧/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡା ଠାରେ ବାର୍ଷିକ ଉତ୍ସବ(ପୂଜ୍ୟ ପ୍ରଣାମ)-୨୦୨୫ ଏକ ସୃଜନଶୀଳ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୋଗାଚାର୍ଯ୍ୟ ତଥା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ କଳାହାଣ୍ଡି ଡାକ୍ତର ନୀହାରେନ୍ଦ୍ର ପଣ୍ଡା ଯୋଗଦେଇ ଶାରୀରିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ବଂଶୀବାଦକ ତଥା ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସଂଜୀବ ମୁଣ୍ଡ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବଂଶୀ ବାଦନ କରିବା ସହ ବାଦ୍ୟଶିଳ୍ପୀ ହେବାର କୌଶଳ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଜୀବନରେ ଚିତ୍ରକଳାର ପ୍ରୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶିକ୍ଷକ ତଥା କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ସୁନ୍ଦର କଣ୍ଠ ସଙ୍ଗୀତ ପରିବେଷଣ ପୂର୍ବକ ଜୀବନରେ ସଙ୍ଗୀତ କଳାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୋଧଗମ୍ୟ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସର୍ଗୀଗୁଡା କ୍ଲଷ୍ଟରର ସି.ଆର.ସି.ସି ମହମ୍ମଦ ଜାକିର୍, ଶଗଡା ଗ୍ରାମପଞ୍ଚାୟତର ସରପଞ୍ଚ ଗୋବିନ୍ଦ ନାଏକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆସନ୍ତ ନାଏକ ଯୋଗଦେଇଥିଲେ। ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ଯାଳୟର ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଜୟାପ୍ରଦା ସେଠୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରେପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଏବଂ ସ୍ଵତନ୍ତ୍ର ପାରଦର୍ଶିତା କ୍ଷେତ୍ରରେ ଛାତ୍ରଛାତ୍ରୀ ତଥା ଚଳିତ ଶିକ୍ଷାବର୍ଷରେ ସର୍ବଶ୍ରେଷ୍ଠ ଉପସ୍ଥାପନ ପାଇଁ କୁନ୍ତଳା ଦଣ୍ଡସେନା,ପରିଚ୍ଛନ୍ନତା ପାଇଁ ବୈଷ୍ଣବୀ ନାଏକ,ଶ୍ରେଷ୍ଠ ଛାତ୍ର ଭାବରେ ନିତିନ୍ ନାଏକ, ୨୦୦୪ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କସିସ୍ ନାଏକଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶୈଳେନ୍ଦ୍ର ବାବୁ,କୌତୁକ ରଣା,ସରୋଜ କୁମାର ସାହୁ, ସୁନୀଲ ନାଏକ, ବିଭୀଷଣ ନାଗ, ଗଜେନ୍ଦ୍ର ମାଝୀ ଓ ଶିକ୍ଷୟିତ୍ରୀ ମାନିନୀ ପୁଝାରୀ,ଚନ୍ଦନଲତା ବେହେରା, ମଧୁସ୍ମିତା ପଣ୍ଡା,ଜ୍ୟୋତ୍ସ୍ନାରାଣୀ ସାହୁ, ସ୍ନିଗ୍ଧା ବୁଦ୍ଧିଆ,ରାଧା ସ୍ଵାଇଁ,ମନୀଷା ମାଝୀ ପ୍ରମୂଖ ସହଯୋଗକରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ