Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡପାଟ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ ।

କଳାହାଣ୍ଡି:୨୧/୦୧(ସନତ ପ୍ରଧାନୀ)
ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ବିଭିନ୍ନ ସ୍ଥାନରେ ଦାବୀ ଜୋର ଧରିଛି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳ ବେହେରା ଠାରେ ବ୍ଲକ ସ୍ଥାପନ ନେଇ ମଙ୍ଗଳବାର ସକାଳ ୧୧ ଟା ରେ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ ରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବୀପତ୍ର ଦେଇଛନ୍ତି। ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ ରେ ବିରାଟ ଶୋଭାଯାତ୍ରାରେ ଧର୍ମଗଡ଼ ସହର ରେ ଏକ ରେଲି ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା।କ୍ରିୟାନୁଷ୍ଠାନ କମିଟି ର କର୍ମକର୍ତ୍ତା ମାନେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।ଏହି ଦାବୀପତ୍ର ପ୍ରଦାନ ବେଳେ ୧୧ଟି ପଞ୍ଚାୟତ ତଥା ଦଣ୍ଡପାଟ ଅନ୍ତର୍ଗତ କୋକସରା ବ୍ଲକ ଅଧିନ ଗୋତମୁଣ୍ଡା, ପୋଡ଼ାଗୁଡା, ଡାଲଗୁମା, ମୂଷାପାଳି , ଡହଗାଁ,ଖୁଣ୍ଟିଆ ଥିବାବେଳେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା, ତେଣ୍ଡାପାଲି, ଜୟନ୍ତପୁର, ଛଞ୍ଚାଣ ବେହେଲି, ଧଅରପୁର, ଗଡ଼ିଆଯୋର ଆଦି ପଞ୍ଚାୟତ ରହିଅଛି। ମଙ୍ଗଳବାର ଦିନ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟି ର ଆବାହକ ଭବେଶ ଗଇନ୍ତା, ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରି ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରୀ, ଉପ ସଭାପତି ହେମନ୍ତ ମାଝୀ, ଗଗନେ ବେମାଲ, ଅକ୍ଷୟ ନାଏକ, ଗୌଲୋଚନ ଗୋପାଲ, ଜୟ ନାଗ, କୁମୁଦିନୀ ଗଈନ୍ତା, ହିମାଞଲ ପୂଜାରୀ, ବଳରାମ ପୁଝାରୀ, ଯୋଗେନ୍ଦ୍ର ପଟ୍ଟନାୟକ, ଶଙ୍କର ଯୁଏଡ , ସିମାଞ୍ଚଲ ବାରିକ, ହରେକୃଷ୍ଣ ନାଏକ, ଚନ୍ଦ୍ରଶେଖର ନାଏକ, ଜଗଶ୍ୟାମ ଜୁଏଡ, ଯୋଗେନ୍ଦ୍ର ଧାରୁଆ, ଟିକେଶ୍ୱର୍ ବେହେରା, ତୁଲସି ରାମ ବାରିକ, ଟଙ୍କ ଧରୁଆ ସମେତ ଦଣ୍ଡପାଟ ଅଞ୍ଚଳ ର ହଜାର ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ