Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋବରିଆ ଖେଳ ପଡିଆ ରେ ସପ୍ତ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

କଳାହାଣ୍ଡି:୨୪/୦୧(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗାଗୁଡା ଗ୍ରାମ ର ମିଳିତ ଉଦ୍ୟମ ରେ ଶୁକ୍ରବାର ସପ୍ତ ଦିବାସୀୟ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମୁଖ୍ୟ ବକ୍ତା ଭାବେ ୱାର୍ଡ ସଭ୍ୟା ସବିତା ବେଶ୍ରା, ସମ୍ମାନିତ ଅତିଥି ବିଜେପି ନେତା ସୁଧୀର ପାତ୍ର, ରୁଦ୍ର ପ୍ରସାଦ ମାଝୀ, ଭବସିନ୍ଧୁ ଳଦୁଆ, ଭବାନୀ ଶଙ୍କର ମାଝୀ ଯୋଗଦେଇ ପ୍ରଥମ ମ୍ୟାଚ ର ବଙ୍କାପଳା ଓ ଟେମରା ଦଳ ଖେଳାଳି ଙ୍କ ସହ ଅତିଥି ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଉଦଘାଟିତ ମ୍ୟାଚ କୁ ରେଫରି ଭୁପେନ୍ଦ୍ର ଗୋପାଳ ଓ ଲାଇନ ମେନ ଦୀପକ କୁମାର ଦାସ, ସଞ୍ଜୀବ କୁମାର ଦୁର୍ଗା ପରିଚାଳନା କରିଥିବା ବେଳେ ଖେଳ ର ଧାରା ବିବରଣୀ ଚୈତନ୍ୟ ପାତ୍ର ପ୍ରଦାନ କରିଥିଲେ। ଉଦଘାଟନୀ ମ୍ୟାଚ ରେ ୧/୦ ଗୋଲ ରେ ଟେମରା କୁ ହରାଇ ବଙ୍କାପଳା ଦଳ ବିଜେତା ହୋଇ ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଥିଲା। ମା ଲଙ୍କେଶ୍ୱରୀ ଯୁବ ପରିଷଦ ପକ୍ଷରୁ ସଭାପତି ଗୋପାଳ କୃଷ୍ଣ ମାଝୀ, ଉପ ସଭାପତି ହୃଷିକେଶ ଖମାରି, ସମ୍ପାଦକଋଷିମଣି ଲଡୁଆ,ସହ ସମ୍ପାଦକ କାର୍ତ୍ତିକ ପାତ୍ର,କୋଷାଧ୍ୟକ୍ଷ ଜଗମୋହନ ମାଝୀ, ସଞ୍ଜୀବ ମାଝୀ ଓ ଅନ୍ୟ ମେମ୍ବର ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ