Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାହାଣ୍ଡି ମଞ୍ଚ ରେ କୋକସରା ବ୍ଲକ ସ୍ତରୀୟ ୬୭ ତମ ସାଧାରଣତନ୍ତ୍ର ଦିବସ ପାଳନ

କଳାହାଣ୍ଡି:୨୬/୦୧(ସନତ ପ୍ରଧାନୀ)
ଆଜି ୭୬ ତମ ଗଣତନ୍ତ୍ର ଦିବସ ପାଇଁ ଉତ୍ସଵ ମୁଖର ହୋଇ ପଡିଛି ସାରା ଦେଶ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଗୁଡହାଣ୍ଡି ମଞ୍ଚ ରେ ପାଳନ କରାଯାଇଛି । ପୂର୍ବାହ୍ନ ୯ ଘଣ୍ଟା ରେ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ସ୍କାଉଟ, ଏନସିସି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଗଣତନ୍ତ୍ର ଦିବସ ର ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବିଜେପି ନେତା ତ୍ରିନାଥ ଶବର, ସମାଜସେବୀ ପୁରୁଷୋତ୍ତମ ଗୁପ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଦେଶ ର ବିରତ୍ୱ ଓ ଦେଶ କୁ ସ୍ୱାଧୀନତା ଦେବାରେ ଦେଶ ପାଇଁ ନିଜ ଜୀବନ କୁ ଜଳାଞ୍ଜଳି ଦେଇଥିବା ବିର ଯବାନ ଙ୍କ ସ୍ମୃତି ଚାରଣ ସହ ଦେଶ ର ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ପରେ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ପରେଡ଼ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।.ଅନୁଷ୍ଠିତ ପରେଡ଼ କାର୍ଯ୍ୟକ୍ରମ ରେ ଡିଗ୍ରୀ ମହାବିଦ୍ୟାଳୟ ଏନସିସି ଛାତ୍ରଛାତ୍ରୀ ପ୍ରଥମ, ଜବାହାର ଉଚ୍ଚ ବିଦ୍ୟାଳୟ ସ୍କାଉଟ ଛାତ୍ରଛାତ୍ରୀ ଦ୍ଵିତୀୟ ଓ ମୋଟେର ଇଂରାଜୀ ମିଡିୟମ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜବହାର ଉଚ୍ଚ ବିଦ୍ୟାଳୟ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵିତୀୟ ଓ ଆଦର୍ଶ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗଣତନ୍ତ୍ର ଦିବସ ର ଏହି ସମାରୋହରେ ଏନ ସି ସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ଐରି ନାଶନ ଚିନ୍ଦା ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କୋକସରା ଅଞ୍ଚଳ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଥିବାବେଳେ ମଞ୍ଚ ସଂଯୋଜନା ଶିକ୍ଷକ ସଞ୍ଜୀବ କୁମାର ପାଢୀ କରିଥିଲେ।କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିଲେ।ଏହା ବ୍ୟତୀତ କୋକସରା ବ୍ଲକ ର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ