Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉତ୍ସର୍ଗର ଯୁଗାନ୍ତକାରୀ ରକ୍ତଦାନ ଶିବିର: ସମ୍ବଲପୁର ପାଇଁ ବିରଳ ଇତିହାସ

ସମ୍ବଲପୁର: ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍ସର୍ଗ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସ୍ବାଧୀନତା ସଂଗ୍ରାମୀ କକ୍ଷରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସ୍ବର୍ଗତ ଯଦୁମଣି ବେହେରାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା l ବୁର୍ଲା ଭିମସାର ଓ ସମ୍ବଲପୁର ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ସମୁଦାୟ ୯୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନର ଗୁରୁତ୍ବକୁ ଉପଲବ୍ଧି କରି ମହିଳା ମାନେ ୨୫ ୟୁନିଟ ରକ୍ତ ଦାନ କରିଛନ୍ତି। ଶିବିରକୁ ଭିମସାର ରକ୍ତ ଭଣ୍ଡାରର ଡା. ଶିବାନୀ ମେହେର, ମଣ୍ଡୁ ପ୍ରଧାନ, ପଦ୍ମିନୀ ଶତପ‌ଥୀ, ରଜତ ପଟେଲ, ଜନକ ବେହେରା ତଥା ସମ୍ବଲପୁର
ରକ୍ତ ଭଣ୍ଡାରର ଅଧିକାରୀ ଡା. କଳ୍ପେଶ କକ୍କଡ, ମାଧବ ଚନ୍ଦ୍ର ସାହୁ, କର୍ମଦେବ ପଟେଲ, ଗଣେଷ ସେଠ, ଭଗବାନ ନାଏକ, ତୃପ୍ତିମୟୀ ବାରିକ, ସୁପ୍ରିୟା ବାରିକ, ଧୀରେନ୍ଦ୍ର ପଟେଲ, ଅନୋଜ ବୁଡେକ ଓ ଅବସରପ୍ରାପ୍ତ ଟେକନିସିଆନ ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ‌। ଶିବିରଟି ଉତ୍ସର୍ଗ, ଅନାମିକା କ୍ଲବ, ସଣ୍ଡେ ଗ୍ରୁପ, କୋଶଳ ବ୍ୟବସାୟୀ ସଂଘ, ଭୀମଭୋଇ ସାହିତ୍ୟ ସଂସଦ, ବସୁନ୍ଧରା କମ୍ୟୁନିଟି ସେଣ୍ଟରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଥାଲାମେସିଆ ରୋଗୀ ତଥା ଜରୁରୀକାଳୀନ ସ୍ଥିତିରେ ଗର୍ଭବତୀ ମହିଳା, ଦୁର୍ଘଟଣା ଗ୍ରସ୍ତ ଆହତ ବ୍ୟକ୍ତି ବିଶେଷ ଭଳି ଡାକ୍ତରଙ୍କ ପରାମର୍ଶରେ ରକ୍ତ ଯୋଗାଇବା ଲକ୍ଷ୍ୟରେ ଉତ୍ସର୍ଗର ଏହି ରକ୍ତଦାନ ଶିବିର ଏକ ଯୁଗାନ୍ତକାରୀ ଓ ଦୁରଦୃଷ୍ଟିର ପଦକ୍ଷେପ ବୋଲି ଆଜି ସାରା ଓଡିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି।