Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓୟୁଜେ କଳାହାଣ୍ଡି ସଙ୍ଘ ପକ୍ଷରୁ କୋକସରା ବ୍ଲକ ରେ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

କଳାହାଣ୍ଡି:୦୬/୦୨(ସନତ ପ୍ରଧାନୀ)
ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଙ୍ଘ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଆବି ରେ କଳାହାଣ୍ଡି ୟୁନିୟନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ଓୟୁଜେ ସଭାପତି ଶରତ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ଓୟୁଜେ ସାଧାରଣ ସମ୍ପାଦକ ତଥା ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ଉପସ୍ଥିତ ରହି ଆଗାମୀ ମାର୍ଚ୍ଚ ୯ ତାରିଖରେ ଓୟୁଜେ ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନେଇ ସଫଳ ରୂପାୟନ ନେଇ ବ୍ଲକ ସଙ୍ଘ ସହ ଆଲୋଚନା କରିଥିଲେ। ପରେ ରାଜ୍ୟ ସମ୍ପାଦକ ଙ୍କ ଦ୍ଵାରା ଓୟୁଜେ ସଙ୍ଘ ର ନୂତନ ନବୀକରଣ ସଦସ୍ୟତା ପରିଚୟ ପତ୍ର ବଣ୍ଟନ କରା ଯାଇଥିଲା। ଏହି ବୈଠକରେ କୋକସରା ବ୍ଲକ ସଙ୍ଘ ର ସାଙ୍ଗଠାନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, କାର୍ଯ୍ୟକାରୀ ସଭାପତି ସନତ ପ୍ରଧାନୀ, ଉପ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଶୀ, କୋଷାଧ୍ୟକ୍ଷ ଭୋଳାନାଥ ପଟେଲ, ସଦସ୍ୟ ତ୍ରିଲୋକ୍ୟ ବେଶ୍ରା ପ୍ରମୂଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ