ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ଫୁଟବଳ ପଡିଆ ଠାରେ ଗେଙ୍ଗୁଟିପାଲି ଏବଂ ଧନକଉଡ଼ା ଫୁଟବଲ କ୍ଳବ ପକ୍ଷରୁ ଅନୁଷ୍ଠିତ ୩ଦିନିଆ ଫୁଟବଳ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜଗନ୍ନାଥ ତ୍ରିପାଠୀ,ରଜନୀକାନ୍ତ ସାହୁ, ହୀରାଲାଲ ବେହେରା ଓ ଅମିତ ନାଥ ଯୋଗ ଦେଇଥିଲେ l ଧନକଉଡ଼ା ପଡିଆ ଠାରେ ୩ ଦିନ ଧରି ଚାଲିଥିବା ଫୁଟବଳ ପ୍ରତିଯୋଗିତା ର ଫାଇନାଲ ମେଚ ଟି ଆଜି ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସରଳା ଏବଂ ମିର୍ଗାମୁଣ୍ଡା ଫୁଟବଲ ଟିମ ଏହି ପ୍ରତିଯୋଗିତାର ଫାଇନାଲ ରେ ପହଞ୍ଚିଥିଲେ l ଦୁଇ ଟିମ ମଧ୍ୟରେ ଫାଇନାଲ ମେଚରେ କଡା ସଂଘର୍ଷ ହୋଇଥିଲା।ଶେଷରେ ସରଳା ଫୁଟବଲ ଟିମ ମିର୍ଗାମୁଣ୍ଡା ଟିମ କୁ ୩-୦ରେ ହରାଇ ବିଜୟୀ ହୋଇଥିଲା l ଫାଇନାଲ ବିଜୟୀ ସରଳା ଫୁଟବଲ ଟିମ କୁ ମୁଖ୍ୟଅତିଥି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳଙ୍କ ସହ ସମସ୍ତ ସମ୍ମାନିତ ଅତିଥି ମାନେ ୫୦ ହଜାର ଟଙ୍କାର ଚେକ ଏବଂ ବିଜୟୀ କପ ପ୍ରଦାନ କରିଥିଲେ l ସେହିପରି ଉପ ବିଜେତା ଟିମ ମିର୍ଗାମୁଣ୍ଡା କୁ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଙ୍କ ସହିତ ସମସ୍ତ ସମ୍ମାନିତ ଅତିଥି ମାନେ ୩୦ ହଜାର ଟଙ୍କାର ଚେକ ଏବଂ ଟ୍ରଫି ପ୍ରଦାନ କରିଥିଲେ l ଏହି ୩ ଦିନିଆ ଫୁଟବଲ ପ୍ରତିଯୋଗିତା ରେ ଅନିତା ଓରାମ,ବୁଲୁ ସାହୁ,ପପୁ ନାଏକ,ଧରଣୀ ଓରାମ ଓ ଗେଙ୍ଗୁଟିପାଲି ଧନକଉଡ଼ା ଫୁଟବଳ କ୍ଳବର ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ l ଏହି ଫୁଟବଲ ପ୍ରତିଯୋଗିତା କୁ ୩ ଦିନ ଧରି ହଜାର ହଜାର ସଂଖ୍ୟାରେ ବହୁ ଫୁଟବଲ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ।
ଗେଙ୍ଗୁଟିପାଲି ଏବଂ ଧନକଉଡ଼ା ଫୁଟବଲ କ୍ଳବର ୩ଦିନିଆ ଫୁଟବଳ ପ୍ରତିଯୋଗିତା, ସରଳା ବିଜୟୀ
