Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକାରିଚଞ୍ଚରା ଠାରେ ବିଜେପି ନୂତନ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ।

କଳାହାଣ୍ଡି:୦୯/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ଠାରେ ରବିବାର କୋକସରା ବ୍ଲକ ବିଜେପି ପକ୍ଷରୁ ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ସଭାପତି, ଜିଲ୍ଲା ପ୍ରତିନିଧି ଓ ମଣ୍ଡଲ ସଭାପତି ଙ୍କ ଉଦ୍ଦେଶ୍ୟ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ନୂତନ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ,ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଦସ୍ୟ ଦୀପ ଜ୍ୟୋତି ମୁଣ୍ଡ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ଚକ୍ରଧର ନାଏକ, ଅର୍ଜୁନ ଭାଟି, ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ହିମାଂଶୁ ପଣ୍ଡା,ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ୱାଇଁ, ଘନଶ୍ୟାମ ନାଏକ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର,ନାରିନେତ୍ରୀ ପ୍ରତିମା ପୁଝାରି ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ପ୍ରତିନିଧି, ମଣ୍ଡଳ ସଭାପତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତର ରେ ଲୋକଙ୍କ ନିକଟରେ ପହଞ୍ଚାଇବା କୁ ଦଲୀୟ କର୍ମକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ