Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଙ୍କ ଉପରେ ମାଡିଗଲା କାର, ମୃତ ଘୋଷଣା କଲେ ଡାକ୍ତର।

କଳାହାଣ୍ଡି:୧୪/୦୨(ସନତ ପ୍ରଧାନୀ)
ମୃତ୍ୟୁ ଏମିତି ବି ଆସେ, ଦାଦନ ଯାଇ ନିଜ ଘର କୁ ଫେରୁଥିବା ସମୟରେ ଆମପାଣି ରାସ୍ତା କଡ ବସିଥିବା ଜଣେ ଦାଦନ ଶ୍ରମିକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେନୋ କାର ଧକ୍କା ଦେବାରୁ ଦାଦନ ଶ୍ରମିକ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା କରିଥିବା କାର କୁ ସ୍ଥାନୀୟ ଲୋକମାନେ ଆମପାଣି ପୁଲିସ ର ଜିମା ଦେଇଛନ୍ତି। ସୂଚନା ମତେ ଛତିଶଗଡ଼ ଦେଭୋଗ ଥାନାଞ୍ଚଲ ଧରଣୀ ବାହାଲ ଗ୍ରାମ ଜଣେ ଯୁବକ ରମେଶ ଠାକୁର ( ୩୨) ବିଶାଖାପାଟଣା ଦାଦନ ଖଟିବାକୁ ଯାଇ ଏକ ବସ ରେ ଫେରି ଆମପାଣି ବସଷ୍ଟାଣ୍ଡ ନିକଟର ଏକ ଦୋକାନ ନିକଟରେ ଥିବା ବେଳେ ଏକ କାର ଆସି ଧକ୍କା ଦେଇଥିଲା।ଆମପାଣି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ଧର୍ମଗଡ଼ ଅଞ୍ଚଳ ର ବୋଲି ଜଣାପଡିଛି ।ପୁଲିସ ଡ୍ରାଇଭର ଓ ଅନ୍ୟ ଜଣେ ଲୋକ ଙ୍କୁ ଥାନା ରେ ଅଟକ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ