Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମ୍ଭାରୀ ଗାଁ ର ଆଖୁ କିଆରୀ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ ।

କଳାହାଣ୍ଡି:୨୨/୦୨
ସମ୍ବାଦଦାତା— ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ର କୁମ୍ଭାରୀ ଗାଁ ୩ ଜଣ ଚାଷୀଙ୍କ ଆଖୁ କିଆରୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ନଷ୍ଟ ର ସମ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି। ଆଖୁ କିଆରୀ ଟି କୁମ୍ଭାରୀ ଗାଁ ର ଡମ୍ବରୁଧର ସା, ଅରୁଣ ସା, ଭାସ୍କର ସା ଙ୍କର ବୋଲି ଜଣା ପଡିଛି। ଶନିବାର ଅପରାହ୍ନ ସମୟରେ ଗାଁ ର ଜଣେ ବ୍ୟକ୍ତି ଆଖୁ କିଆରୀ କୁ ଲାଗିଥିବା ନିଜ ଚାଷ ଜମି ରେ ନିଆଁ ଲଗେଇ ଘରକୁ ପଳାଇଥିଲେ. କିଛି ସମୟ ପରେ ନିଆଁ ଟି ଆଖୁ କିଆରୀରେ ଲାଗି ହୁତୁ ହୁତୁ ହୋଇ ଜଳିଯାଉଥିଲା । ସ୍ଥାନୀୟ ଲୋକେ ଆଖୁ କିଆରୀ ରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିବାରୁ ଧର୍ମଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ଅଭିଯୋଗ ହୋଇଛି।୧ ହେକ୍ଟର ବିଶିଷ୍ଟ ଚାଷ ଜମିରେ ତିନି ଚାଷୀ ଧାର କରଜ କରି ଆଖୁ ଚାଷ କରିଥିବା ବେଳେ ତାହା ଜଳି ପଡି ନଷ୍ଟ ହୋଇ ଯାଇଥିବା ସେମାନେ ପ୍ରକାଶ କରନ୍ତି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ