Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି କ୍ଲଷ୍ଟର୍ ସ୍ତରୀୟ” ନିପୁଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୨୭/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଆମପାଣି କ୍ଲଷ୍ଟର୍ କରଲାକୋଟିଆ ପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ” ନିପୁଣମେଳା ପ୍ରଧାନଶିକ୍ଷକ ପରମେଶ୍ବର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ଆମପାଣି ସିଆରସିସି କେଦାର ନାଥ ନାୟକ ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଭାବେ କନ୍ଦାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପୁରୋହିତ ,ସମ୍ମାନିତ ଅତିଥି ଭାବେ ବିରିମୁହାଁଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଈଶ୍ଵରୀ ପ୍ରସାଦ ଅଗସ୍ତି ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଆମପାଣି କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସହକାରୀ ଶିକ୍ଷକ ଅଭିଭାବକ ତଥା ପ୍ରଥମ ରୁ ତୃତୀୟ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ଏଫଅଲଏନ ସମ୍ବନ୍ଧିତ ପ୍ରଦର୍ଶନୀ ପୂର୍ବକ ଏହାର ବ୍ୟବହାର ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି।ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ କୁ ନିପୁଣ ମେଳା ମାଧ୍ୟମରେ ପରିପ୍ରକାଶ କରିପାରୁଥିବାରୁ ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ କୁ ଉପସ୍ଥିତ ଅତିଥିମାନେ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ