Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ସମ୍ବଲପୁର: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅଙ୍ଗନବାଡ଼ି କର୍ମୀ ସହାୟିକା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ଖେଳରେ କବାଡି ,ଖୋଖୋ ରଶି ଟଣା,ଗୀତ ଓ ରଙ୍ଗୋଲି ପ୍ରତିଯୋଗିତା ର ଆୟୋଜନ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୯ ଟି ବ୍ଲକ ଓ ସମ୍ବଲପୁର ମହାନଗର ନିଗମର ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀରେଣୁବାଳା ନନ୍ଦ ଓଜିଲ୍ଲା ସ୍କୁଲରପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲୋକିତା ଦାସ ଉଦଘାଟନ କରିଥିଲେ।ରାଜ୍ୟରେ ହେବାକୁ ଥିବା ଆନ୍ତର୍ଜାତିକ ମହିଳା ଦିବସରେ ଉକ୍ତ କୃତିଁପ୍ରତଯୋଗି ମାନଙ୍କୁ ପୁରସ୍କୃତ କର।ଯିବ।ଏହି କ।ର୍ଯକ୍ରମ ର ଆୟୋଜନରେ ପ୍ରୋଗ୍ରାମ ଅଫିସର, ସିଡିପିଓ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ।
ଏହି ଅବସରରେ ଜିଲ୍ଲା ସ୍କୁଲ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ଵାରା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମହିଳା ସଶକ୍ତି କରଣ ଉପରେ ଚିତ୍ରାଙ୍କନ ,ରଚନା ଓ କୁଇଜ୍ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ।ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ୮୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଏହି ସବୁ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟସ୍ତରରେ ଆନ୍ତର୍ଜାତିକ ମହିଳା ଦିବସ ରେ ପୁରସ୍କୃତ କରାଯିବାକୁ ଚୟନ କରାଯାଇଥିଲା।