Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଙ୍କ ପ୍ରୟାସ ରେ ଜୟପାଟଣା ସିଏସସି କୁ ମିଳିଲା ଶବ ବାହକ ଗାଡି, ଉଦଘାଟନ କଲେ ବିଧାୟକ।

କଳାହାଣ୍ଡି:୦୪/୦୩
କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଶବ ବାହକ ଗାଡି ନଥିବାରୁ ହସ୍ପିଟାଲରେ କେହି ମୃତ୍ୟୁ ବରଣ କଲେ ଅବା ଅଞ୍ଚଳରେ କେଉଁଠି ଦୁର୍ଘଟଣାରେ ପ୍ରାଣ ହରାଇଲେ ମୃତକଙ୍କ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହ ରେ ବ୍ୟବଚ୍ଛେଦ ପରେ ଲୋକେ ବହୁ ହଇରାଣ ରେ ନିଜ ସମ୍ପର୍କୀୟ ଙ୍କ ମୃତ ଦେହକୁ ଘର କୁ ନେଉଥିଲେ।ଦୀର୍ଘ ଦିନ ରୁ ଏକ ଶବ ବାହକ ଗାଡି ପାଇଁ ଅଞ୍ଚଳ ର ଜନ ସାଧାରଣ ଦାବି କରୁଥିଲେ । ଅଞ୍ଚଳ ର ସମସ୍ୟା କୁ ହୃଦୟଙ୍ଗମ କରି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ତାଙ୍କ ଆଞ୍ଚଳିକ ପାଣ୍ଠି ରୁ ଏକ ଶବ ବାହକ ଗାଡି ବା ସ୍ୱର୍ଗ ରଥ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକାର୍ପଣ କରିଛନ୍ତି।ଯାହାଫଳରେ ଅଞ୍ଚଳର ମୃତକଙ୍କ ପରିବାର ମାନେ ସୁବିଧା ପାଇବେ ବୋଲି ଆଶା କରାଯାଉଛି। ଶବ ବାହକ ଗାଡି ଲୋକାର୍ପିତ ପରେ ବିଧାୟକ ଙ୍କୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ