Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମପ୍ରବାହ ପାଇଁ ମେଗାଲିଫ୍ଟ ରେ ଜଳସେଚନ ପାଇଁ ଦାବି କଲେ ବ୍ଲକ ଅଧ୍ୟକ୍ଷା।

କଳାହାଣ୍ଡି;୦୪/୦୩
ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି, ଦିନକୁ ଦିନ ତାତି ବଢିବା ସାଙ୍ଗକୁ ଉତ୍କଟ ହେଉଛି ଜଳ କଷ୍ଟ। ଆଗକୁ ଖରା ର ତାଉ ବୃଦ୍ଧି ହେବାସହ ଉତ୍କଟ ହେବ ଜଳ ସମସ୍ୟା।ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଥିବା ଦର୍ଶାଇ ବିଭାଗ ପକ୍ଷରୁ କୋକସରା ବ୍ଲକ ରେ ମେଗାଲିଫ୍ଟ କେନାଲ ରୁ ଜଳସେଚନ ବନ୍ଦ ଥିବାରୁ ଉତ୍କଟ ଜଳ କଷ୍ଟ ଅନୁଭବ ହେଲାଣି। ମାର୍ଚ୍ଚ ମାସ ରୁ ବ୍ଲକ ର ବିଭିନ୍ନ ଜଳାଶୟ ରେ ଜଳସ୍ତର ହ୍ରାସ ପାଇଛି ଓ ଜଳଉତ୍ସ ଗୁଡିକ ଶୁଖି ଗଲାଣି।ଫଳରେ ମଣିଷ ସମେତ ଗୃହ ପାଳିତ ପଶୁ ଜୀବଜନ୍ତୁ ମାନେ ଏବେ ଠୁ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। କୋକସରା ବ୍ଲକ ର ଅନେକ ଅଞ୍ଚଳ ଜଙ୍ଗଲ ନିକଟବର୍ତ୍ତୀ ରହିଥିବା ବେଳେ ଜଙ୍ଗଲ ରେ ଖରା ଦିନ ରେ ଜଳଉତ୍ସ ଗୁଡିକ ଶୁଖିଯିବା ପରେ ଜୀବଜନ୍ତୁ ମଧ୍ୟ ଅନେକ ସମୟରେ ପିଇବା ପାଣି ପାଇଁ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ରେ ମେଗାଲିଫ୍ଟ କେନାଲ ରୁ କିଛି ଦିନ ବ୍ୟବଧାନ ରେ କିଛି ମାତ୍ରାରେ ଜଳସେଚନ ସୁବିଧା ଯୋଗାଇ ଦେଲେ ଲୋକଙ୍କ ଗାଧେଇବା,ଗୃହ ପାଳିତ ପଶୁ, ଜୀବଜନ୍ତୁ ଙ୍କ ପିଇବା ପାଣି ପାଇଁ ସାମୟିକ ଭାବେ ଲାଘବ ହେବ। ଏହାକୁ ଦୃଷ୍ଟିରେ ରଖି ଜଳସେଚନ ସୁବିଧା ଯୋଗାଇ ଦେବାକୁ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ମଙ୍ଗଳବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସହକାରୀ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ବ୍ଲକ ଅଧ୍ୟକ୍ଷା ଙ୍କ ତରଫରୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ଦିଗରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଆଲୋଚନା ପରେ ଜଳସେଚନ ପାଇଁ ବିଚାର କରାଯିବା ନେଇ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ