Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସିଏଚସି ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ କଳାବ୍ୟାଚ ପିନ୍ଧି ଅସହଯୋଗ ଆନ୍ଦୋଳନ ।

କଳାହାଣ୍ଡି୦୪/୦୩
କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସ୍ଵାସ୍ଥ୍ୟମିଶନ ପରିଚାଳନା କର୍ମଚାରୀ ମାନଙ୍କ ୨ ଦଫା ସମ୍ବଳିତ ଆନ୍ଦୋଳନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଦୁଇ ଗୋଟି ଦାବୀ ଯଥା ଜନସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଆଜିଠାରୁ ଓହ୍ଲାଇଛନ୍ତି। ରାଜ୍ୟ ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ର କର୍ମକର୍ତ୍ତା ସୋମବାର ଜିଲ୍ଲା ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେ ପ୍ରକାଶ କରିଥିଲେ। ମଙ୍ଗଳବାର କୋକସରା ସିଏଚସି ରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନେ ମଧ୍ୟ ଏହି ଧର୍ମଘଟ ରେ ସାମିଲ ହୋଇ କଳାବ୍ୟାଚ ପରିଧାନ ସହ କାର୍ଯ୍ୟ ରେ ଅସହଯୋଗ କରିଛନ୍ତି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ ସହ ୧୦ ତାରିଖ ରୁ ଭୁବନେଶ୍ୱର ରେ ଆନ୍ଦୋଳନ ଆରମ୍ଭ ନେଇ ସଙ୍ଘ ପକ୍ଷରୁ କୁହାଯାଇଛି।କୋକସରା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ବିପିଏମ ସୁରଜିତ ସିଂ କୁମାର,ବାମ ସୁଜିତ କୁମାର ଡାକୁଆ, ବିଡ଼ିଏମ ଲୋକନାଥ ମିଶ୍ର, ଏସ ଟି ଏସ ଆମୋଦ ଚନ୍ଦ୍ର ଗୋଲାପ, ଭିବିଡିଟିଏସ ଦୁଷ୍ମନ୍ତ କୁମାର ରାଉତ ସାମିଲ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ