Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନ୍ତର୍ଜାତୀୟ ମହିଳାଦିବସ:ରକ୍ତଦାନ କରି ଆଶା ଓ ମହିଳା ଦେଖାଇଲେ ମହାନତା

ସମ୍ବଲପୁର:ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରକ୍ତଦାନ କରି ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଗ୍ରାମାଞ୍ଚଳ ମହିଳା ଦେଖାଇଛନ୍ତି ନିଜର ମହାନତା।
ବିଦ୍ୟୁତ ଉପଭୋକ୍ତା ସଙ୍ଘ, ବୀର ବଜରଙ୍ଗ ବଲି ଯୁବକସଙ୍ଘ ଓ ଦୁର୍ଗାପୂଜା କମିଟିଙ୍କ ମିଳିତ ଆନୁକୂଲ୍ୟ ଓ ବୁର୍ଲା ତ୍ୟାଗ ଅନୁଷ୍ଠାନର ସୌଜନ୍ୟରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ଏଭଳି ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ପଡ଼ିଆବାହାଲ ଆରୋଗ୍ୟ ମନ୍ଦିର ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା।ଆୟୋଜିତ ଉତ୍ସବରେ ପଡ଼ିଆବାହାଲ ଆରୋଗ୍ୟ ମନ୍ଦିରର ଡା ଲୋକନାଥ ପଧାନ, ଫାର୍ମାସିଷ୍ଟ ପ୍ରଶାନ୍ତ ସାହୁ, ସ୍ୱାସ୍ଥ୍ୟ କର୍ମୀ ଗୋଲାପୀ କୁସୁମ ଦମୟନ୍ତୀ ଶତପଥୀ, ତ୍ୟାଗ ଅନୁଷ୍ଠାନର ବିରଞ୍ଚି ମହାପାତ୍ର, ପ୍ରଶାନ୍ତ ମହାନ୍ତି,ଶିବ ସେଠୀ, ଚିଣ୍ଟୁ ଶର୍ମା, ଦୁର୍ଗାପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ବେହେରା, ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ଆଶୁତୋଷ ପଣ୍ଡା, ବୀର ବଜରଙ୍ଗ ବାଲି ଆଞ୍ଚଳିକ କମିଟି ସଭାପତି ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ସମାଜସେବୀ ଡା ରାଜାରାମ ଷଡ଼ଙ୍ଗୀ,ଜୁଯୋମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ମହିଳା ଦିବସରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳା ମାନଙ୍କ ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ପ୍ରଥମ ଥର ପାଇଁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆଶାକର୍ମୀଙ୍କ ସହିତ ଗ୍ରାମୀଣ ମହିଳାଙ୍କ ରକ୍ତଦାନ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା।
ବୁର୍ଲା ରକ୍ତଭଣ୍ଡାରର ଡା ସୁରେଶ ବାରିକଙ୍କ ତତ୍ୱାବଧାନରେ କରୁଣାକର ସାହୁ, ପଦ୍ମିନୀ ଶତପଥି, ଅଗ୍ନି ମହାନନ୍ଦ, ପାଏନୁ ଭୋଇ, ଜନକ ବେହେରା, ସଂଜୀବ ବେରା ପ୍ରମୁଖଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ କୁଣ୍ଢେସରାର ଗ୍ରାମୀଣ ମହିଳା ଶ୍ରୀମତୀ ଜସ୍ମିତା ପଧାନ, ଓ ଆଶା କର୍ମୀ ସନ୍ଧ୍ୟା ରାଣୀ ପଧାନ ପ୍ରଥମେ ରକ୍ତଦାନ କରି ଏହାକୁ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୁଚିସ୍ମିତା ପ୍ରଧାନ,ଗୀତାଞ୍ଜଳି ସାହୁ, ସୌଦାମିନୀ ସାହୁ, ସରୋଜିନୀ ପଟେଲ ଓ ଗୃହିଣୀ ଯଶୋଦା ମେହେର ରକ୍ତଦାନ କରି ପଡିଆବାହାଲ ଅଞ୍ଚଳରେ ଏକ ନୁଆଁ ପରମ୍ପରା ସୃଷ୍ଟି କରି ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନର ନିଷ୍ଠା ତ୍ୟାଗର ନିଦର୍ଶନ ଦେଖାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟ୍ୟରେ ସମାଜସେବୀ ଜିତେନ୍ଦ୍ର କୁମାର ନାୟକ, ଲୋକେଶ ପୋଢ଼, ଡା.ରାଜାରାମ ଷଡ଼ଙ୍ଗୀ, ଆଶିଷ ନାୟକ ଓ ପ୍ରମୋଦ କୁମାର ମିଶ୍ର ରକ୍ତ ଦାନ କରିଥିଲେ l
ରକ୍ତଦାନ ପରେ ସମସ୍ତଙ୍କୁ ପ୍ରମାଣପତ୍ର ସହିତ ତ୍ୟାଗ ପକ୍ଷରୁ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।