Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୁପାଲି ଅଞ୍ଚଳରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର:ଆଜି ସନ୍ଧ୍ୟା ୬.୩୦ ସମୟରେ ଭତରା ସ୍ଥିତ ଶଙ୍କର ମଠ ଠାରେ କାହ୍ନୁରାମ ଶର୍ମାଙ୍କ ଆବାହକତ୍ୱରେ ଧନୁପାଲି ଉପନଗର ଅଞ୍ଚଳର ଆଗାମୀ ହନୁମାନ ଜୟନ୍ତୀ ପାଳନ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଶ୍ରୀ ରାମ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଶ୍ରୀ ପ୍ରଦୀପ ବହିଦାର, ସମ୍ମାନିତ ଅତିଥି ଭାବେ ଶ୍ରୀ ଗୋବିନ୍ଦ ଅଗ୍ରୱାଲ, ଶ୍ରୀ ବିପିନ ଭାଟିଆ, ଶ୍ରୀ ରାଜୀବ ସତପଥି, ସମୀର ରଞ୍ଜନ ବାବୁ, ଜୟବ୍ରତ ଦେ ଯୋଗ ଦେଇଥିଲେ। ଉକ୍ତ ବୈଠକ ରେ ଧନୁପାଲି, ଗୋବିନ୍ଦତୋଲା, ଭାତ୍ରା, ପୁଟିବନ୍ଧ, ପିଲା କନ୍ଦେଇ ପରା, ଗାନ୍ଧୀ ମନ୍ଦିର ପରା, ଶଙ୍କର ମଠ ଅଞ୍ଚଳ ର ଶତାଧିକ ସନାତନୀ ରାମ ଭକ୍ତ ଯୋଗ ଦେଇଥିଲେ। ଉକ୍ତ ବୈଠକ ରେ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଉକ୍ତ କମିଟି ରେ ସଭାପତି ଭାବେ ଶ୍ରୀ ଜୟକୃଷ୍ଣ ସ୍ବାଇଁ, ଉପସଭାପତି ଭାବେ ଟୁନା ପାଢ଼ୀ, ସୁରଜ୍ ଗୁରୁ, ଧନଞ୍ଜୟ କୁମ୍ଭାର, ଡାକ୍ତର ନାୟକ, ପଦ୍ମଲୋଚନ ପାଢୀ, ସାଧାରଣ ସମ୍ପାଦକ ଭାବେ କାହ୍ନୁ ରାମ ଶର୍ମା, ଯୁଗ୍ମ ସମ୍ପାଦକ ଭାବେ ପ୍ରତୀକ ମହାପାତ୍ର, ମନୋରଞ୍ଜନ ପତି, ଆକାଶ ପଣ୍ଡା, କୋଷାଧ୍ୟକ୍ଷ ଭାବେ ଶଶାଙ୍କ ପାଢ଼ୀ ଓ ରାମ ନାୟକ ଭାବେ ସର୍ବସମ୍ମତି ରେ ଚୟନ କରା ଯାଇଥିଲା। ଏହି ବୈଠକ ରେ ମୁଖ୍ୟ ସଂଯୋଜକ ଭାବେ ଦେବାଶିଷ ପୁରୋହିତ, ମହିଳା ସଂଯୋଜକ ଭାବେ ସୁଜାତା ଗୁରୁ ଓ ରଶ୍ମିତା ଆଚାର୍ଯ୍ୟ ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା ।
ଉକ୍ତ ବୈଠକ ରେ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରା ଯାଇଥିଲା। ଉକ୍ତ ଉପଦେଷ୍ଟା ମଣ୍ଡଳୀ ରେ ରୁପେଶ ପଟେଲ, ସୌରଭ ରଞ୍ଜନ ମହାପାତ୍ର,ବିନୟ କୁମାର ବରେଇ, ଜଗନ୍ନାଥ ଆଚାର୍ଯ୍ୟ, ଜୟକିଶୋର୍ ଜାଲ, ମନମୋହନ ପାଣିଗ୍ରାହୀ, ସୁରେନ୍ଦ୍ର ଖଟେଇ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ବୈଠକ ସମାପ୍ତି ରେ ଶ୍ରୀ ପଦ୍ମଲୋଚନ ପାଢୀ ଶାନ୍ତି ପାଠ କରିଥିଲେ।