Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମରେ ରହିବନି ଜଳ ସଙ୍କଟ, ବନଜାତ ଦ୍ରବ୍ୟ ହେବ ସୁଗମ ବିକ୍ରି ବ୍ୟବସ୍ଥା -ମନ୍ତ୍ରୀ ରବି ନାରାୟଣ ନାଏକ

ସମ୍ବଲପୁର:ଆଜି ପୂର୍ବାହ୍ନ ରେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଏବଂ ପାନୀୟ ଜଳ,ଗ୍ରାମ ଉନ୍ନୟନ ବିଭାଗ , ଶ୍ରୀ ରବି ନାରାୟଣ ନାଏକ ଙ୍କ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମ୍ମିଳନୀ ରେ ମାନ୍ୟବର ମନ୍ତ୍ରୀ କହିଥିଲେ ରାଜ୍ୟର ଯେଉଁ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ରହିଛି,ସେହି ଅଞ୍ଚଳ ର ସମସ୍ୟା କୁ ଦୂର କରିବା ପାଇଁ ପ୍ରତେକ ଜ଼ିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ଚିଠି କରାଯାଇଛି ଏବଂ ଯେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିଥିଲା ସେଠାରେ ତୁରନ୍ତ ନଳକୂପ ଖୋଲିବା ପାଈଁ ନିର୍ଦ୍ଧେଶ ମଧ୍ୟ ଦିଆଯାଇଛି l ବ୍ଲକ ରୁ ଜ଼ିଲ୍ଲା ପର୍ଯ୍ୟନ୍ତ ପାନୀୟ ଜଳ ସଙ୍କଟ ଥିଲେ ବିଭାଗ ପକ୍ଷରୁ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ସେହି ସ୍ଥାନ ଗୁଡିକୁ ତୁରନ୍ତ ଚିହ୍ନଟ କରିବା ପାଈଁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଥିଲେl ଯେଉଁ ଅଞ୍ଚଳ ରେ ୭୧ ଜନ ସଂଖ୍ୟା ଥିଲେ ଓ ବହୁତ ଦୂରବର୍ତ୍ତୀ ସେପରି ସ୍ଥାନକୁ ପଞ୍ଚାୟତ ସ୍ତରରେ କାମ କରୁଥିବା ପିଇଓ ଚିହ୍ନଟ କରି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ନିର୍ଦ୍ଧେଶ ଦିଆଯାଇଛି l ବସୁଧା ଯୋଜନା ହେଉ କିମ୍ବା ସୋଲାର ପ୍ରୋଜେକ୍ଟ ରେ ବକେୟା ଟଙ୍କା ତୁରନ୍ତ ପଇଠ କରି ସେଗୁଡିକୁ ମଧ୍ୟ କାର୍ଯ୍ୟଖ୍ୟାମ କରିବା ପାଈଁ ନିର୍ଦେଶନାମା ଜାରି ହୋଇଛି ବୋଲି ସୂଚନା ଦେଇଥଲେ l ବିଭିନ୍ନ ଜ଼ିଲ୍ଲା ର ତାପମାତ୍ରା କୁ ଧ୍ୟାନ ରେ ରଖି ଗତ ୭ ତାରିଖ ରୁ ସମସ୍ତ ଜ଼ିଲ୍ଲାପାଳ ମାନଙ୍କୁ ତୁରନ୍ତ ଜଳଛତ୍ର ଖୋଲିବା ପାଇଁ ଚିଠି କରାଯାଇଛିl
ସେହିପରି ଓଡ଼ିଶାର ଅଧିକାଂଶ ଅଞ୍ଚଳ ର ଜଙ୍ଗଲ ଜାତ ଦ୍ରବ୍ୟ ମାନଙ୍କ ଉପରେ ଜୀବନ ଜୀବିକା ନିର୍ବାହ କରେ l ସେଥିପାଇଁ କେନ୍ଦ୍ର ସରକାରଙ୍କ ଏକ ନିୟମ ପ୍ରଣୟନ ହୋଇଛି l ୧୯ ପ୍ରକାର ଲଘୁ ବନଯାତ ଦ୍ରବ୍ୟ ଗୁଡିକର ଏମଏସପି ନିର୍ଦ୍ଧାରିତ କରାଯାଇଛି l ଏହି ଲଘୁ ବନଯାତ ଦ୍ରବ୍ୟ ଗୁଡ ସ୍ୱୟଂ ସହାୟକ ଗୋଷ୍ଟି (ଏସଏଚଜି) ମାନଙ୍କ ଦ୍ୱାରା କିଣାଯିବ l ତେନ୍ତୁଳି ର ଦାମ ୩୬ ଟଙ୍କା ରଖା ଯାଇଥିବା ବେଳେ ଏହାକୁ ମାର୍ଚ୍ଚ ୧୫ ରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ କିଣାଯିବ । ସେହିପରି ଶାଳ ମଞ୍ଜି ୨୦ ଟଙ୍କା ରଖାଯାଇଥିବା ବେଳେ ଏହା ମେ ମାସରୁ ଜୁନ ମଧ୍ଯରେ କ୍ରୟ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ