Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫରେଷ୍ଟରଙ୍କୁ ଭେଟିଲେ ସମ୍ବଲପୁର ବନଖଣ୍ଡ ଅଧୁକାରୀ

ସମ୍ବଲପୁର:ସମ୍ବଲପୁର ବନଖଣ୍ଡ ଅଧୁକାରୀ କାଲୁଙ୍ଗେ ଗୋରଖ ୱାମନଙ୍କ ସମେତ ସମ୍ବଲପୁର ଏସସିଏଫ ସମ୍ବଲପୁର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଛାମୁଣ୍ଡାର ଆହତ ଫେରଷ୍ଟର ପ୍ରଭିଣ ସିଂଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ସମ୍ବଲପୁର ବନଖଣ୍ଡ ଅଧୁକାରୀ ଫରେଷ୍ଟରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସୁଚନା ଅନୁସାରେ ଛାମୁଣ୍ଡା କୁଶାମୁରା ଜଙ୍ଗଲରେ ନିରିକ୍ଷଣ କାର୍ଯ୍ୟ କରୁଥିବା ସମୟରେ ଛାମୁଣ୍ଡା ଫରେଷ୍ଟରଙ୍କୁ ଏକ ବଣୁଆ ଦନ୍ତାହାତୀ ଆକ୍ରମଣ କରିବାରୁ ସେ ଆହତ ହୋଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ