Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସିକ ରୋଗାକ୍ରାନ୍ତ କେଶବ ମାଝୀ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଲେ ।

କଳାହାଣ୍ଡି:୧୨/୦୩
ଦିର୍ଘ ମାସ ପରେ ପରିତ୍ୟକ୍ତ ବନ୍ଦ ସ୍କୁଲ କୋଠରୀ ରୁ ମୁକ୍ତ ହେଲା ମାନସିକ ରୋଗାକ୍ରାନ୍ତ କେଶବ ମାଝୀ। କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ସିଆଲଲଟି ପଡା ଗ୍ରାମର ମାନସିକ ରୋଗାକ୍ରାନ୍ତ ଯୁବକ କେଶବ ମାଝୀ(୩୦)। ଆଜିକୁ ପାଖାପାଖି ୧ ବର୍ଷ ହେବ ମାନସିକ ରୋଗାକ୍ରାନ୍ତ ହେବାପରେ ତାଙ୍କ ମା ବିଧବା ନେପୁର ମାଝୀ ଗାଁ ରେ ବନ୍ଦ ପଡିଥିବା ପରିତ୍ୟକ୍ତ ସ୍କୁଲ କୋଠରୀ ରେ ପୁଅ କେଶବ କୁ ବନ୍ଦ କୋଠରି ମଧ୍ୟରେ ରଖି ସେବାଜତ୍ନ ଦେଇ ଆସୁଥିଲେ।ତେବେ ମାସ ମାସ ଧରି ବନ୍ଦ କୋଠରୀ ରେ ନିର୍ବାସିତ ଜୀବନ କାଟୁଥିଲା କେଶବ। ବୃଦ୍ଧା ମା ନେପୁର ଓ ସାନ ଭାଇ ଭକ୍ତ ମାଝୀ ତାର ଦେଖାଶୁଣା କରୁଥିଲେ।ତେବେ ଦିନ କୁ ଦିନ କେଶବ ର ପାଗଳାମି ବଢିବା ଦେଖି ମା ଓ ଭାଇ ଚିନ୍ତା ରେ ଦିନ କାଟୁଥିଲେ। କେଶବ ର ଏହି ଦୁର୍ଦ୍ଦଶା ର କାହାଣୀ କୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଗତ ନଭେମ୍ବର ମାସ ରେ କୋକସରା ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଶିବିର କୁ ଆସିଥିବା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଓ ବ୍ଲକ ପ୍ରଶାସନ ର ଅଧିକାରୀ ମାନେ ସିଆଲଲଟିପଡା ପଡା ରେ ଆସି କେଶବ ର ବାସ୍ତବିକ ସ୍ଥିତି ଅନୁଧ୍ୟାନ ସହ ଡାକ୍ତର କିଛି ଦିନ ର ମେଡ଼ିସିନ ଦେଇ ନିୟମିତ ଔଷଧ ସେବନ କଲେ କେଶବ ର ରୋଗ ଭଲ ହେବ ବୋଳି କହିବା ସହ ଯଦି କୌଣସି ସୁଧାର ନ ହୁଏ ତାହେଲେ ଉଚ୍ଚତର ଚିକ୍ରାର ପାଇଁ ବୁର୍ଲା ପଠାଯିବ ବୋଲି ସେହି ସମୟରେ କହିଥିଲେ। ତେବେ ଦିର୍ଘ ୨ ମାସ ପରେ ମଧ୍ୟ କେଶବ ର ସ୍ୱାସ୍ଥ୍ୟ ରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପାଗଳାମି ବଢିବା ଲକ୍ଷଣ ଦେଖିବାକୁ ମିଳିଥିଲା। ଏ ନେଇ ଗତ ସପ୍ତାହ ରେ ଖବର ପ୍ରକାଶିତ ପରେ ଜଣେ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା ଏନେଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କୁ ସୋସିଆଲ ମିଡିଆ ରେ ଟ୍ୱିଟ କରିବା ପରେ ମଙ୍ଗଳବାର କୋକସରା ବ୍ଲକ ପ୍ରଶାସନ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମେଡ଼ିକାଲ ଟିମ ସିଆଲଲଟି ପଡା ଗାଁ ରେ ପହଞ୍ଚି ମାନସିକ ରୋଗାକ୍ରାନ୍ତ କେଶବ ମାଝୀ କୁ ଉଦ୍ଧାର କରି ଉଚ୍ଚତର ଚିକିତ୍ସା ପାଇଁ ପ୍ରଥମେ କୋକସରା ସିଏଚସି ଭାରପ୍ରାପ୍ତ ଡ଼. ତତ୍ୱଦର୍ଶୀ ଦାସ ଙ୍କ ତତ୍ୱାବଧାନ ରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସା ପରେ କୌଣସି ସୁଧାର ନହେଲେ ସେଠାରୁ ପୁଣି ବୁର୍ଲା କିମ୍ବା ପୁରୀ ଠାରେ ଥିବା ମାନସିକ ରୋଗାକ୍ରାନ୍ତ ଚିକିତ୍ସାଲୟ କୁ ପଠାଇବାର ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି।।ଏହି ଘଟଣା ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ପ୍ରୟାସ ରେ କେଶବ ମାଝୀ କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ପଠାଇବା ସମୟରେ ସ୍ଥାନୀୟ ସମିତି ସଭ୍ୟ ଗଜାନନ ନିଆଳ, ସ୍ଥାନୀୟ ସମାଜସେବୀ କିଶୋର ନାଏକ,ଏମଏଚୟୁ ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା, ମହିଳା ସ୍ୱାସ୍ଥ୍ୟ କର୍ମି ଆଶା କର୍ମି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ