Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ୮୬ ତମ ବାର୍ଷିକ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ସାମ୍ବାଦିକ,କବି ଓ ସମାଜସେବୀ।

କଳାହାଣ୍ଡି:୧୬/୦୩
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ଦୋଳ ପୂର୍ଣ୍ଣିମା କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳନ ହେଉଥିବା ବେଳେ ଚଳିତ ବର୍ଷ ୮୬ ତମ ବାର୍ଷିକ ଉତ୍ସବ ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଆଦର୍ଶ ଶିକ୍ଷକ ସୁନୀଲ କୁମାର ପଣ୍ଡା ଙ୍କ ନାମରେ ଉତ୍ସର୍ଗୀକୃତ ଓ ନିର୍ଦେଶକ ଭବାନୀ ଶଙ୍କର ପଟ୍ଟନାୟକ ଙ୍କ ଦ୍ଵାରା ନିର୍ଦେଶୀତ ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ ମଞ୍ଚସ୍ତ ହୋଇଯାଇଛି।ସାଂସ୍କୃତିକ ସନ୍ଧ୍ୟାରେ କୃପାସିନ୍ଧୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅବସର ରେ ଅଞ୍ଚଳ ର ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଦର ତହସିଲଦାର ସୁଚିସ୍ମିତା ମିଶ୍ର, ମୁଖ୍ୟ ବକ୍ତା ଭାବେ ସତ୍ୟ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶାମୁକା ରାଣି, ସରପଞ୍ଚ ସତ୍ୟଭାମା ପଣ୍ଡା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଅଞ୍ଚଳ ର କଲା ସଂସ୍କୃତି କୁ ଉଜ୍ଜୀବିତ କରି ରଖିଥିବା କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ କୁ ଭୂୟସୀ ପ୍ରସଂଶା କରିଥିଲେ।
ଏହି ଅବସରରେ ଜିଲ୍ଲାରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ନ୍ୟୁଜ ୧୮ ଓଡ଼ିଆ ର ଜିଲ୍ଲା ପ୍ରତିନିଧି ଅଂଶୁମାନ ପାତ୍ର, ଓଟିଭି ର ଧର୍ମଗଡ଼ ପ୍ରତିନିଧି ଇଙ୍ଗିତ କୁମାର ପଣ୍ଡା, ସ୍ଥାନୀୟ ସାମ୍ବାଦିକ ନିକୁଞ୍ଜ ଚଳାନ ସମେତ କଳାହାଣ୍ଡିଆ ଲୋକକବି ସାମନ୍ତ କୁମାର ପାଟ୍ଟଯୋଶୀ, ସମାଜସେବୀ ବଳରାମ ହଂସ, ଓ କଳାକାର ଆଦିତ୍ୟ କୁମାର ପଣ୍ଡା ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଆଦିତ୍ୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ନାଟକ “ଏ ଆଖି କାନ୍ଦୁଛି ତୋରି ପାଇଁ” ଦର୍ଶକ ଙ୍କ ମଧ୍ୟରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ