Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଲୋକରେ ଶବ୍ଦ ନୃତ୍ୟ ପୁସ୍ତକ (ପ୍ରଥମ ଭାଗ) ଲୋକାର୍ପିତ

ସମ୍ବଲପୁର:ରବିବାର ଦିନ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ବରଗଡ଼ ଦ୍ବାରା ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଶବ୍ଦ ନୃତ୍ୟ ର ପ୍ରଣେତା ଗୁରୁ ଭଗବାନ ସାହୁ ଙ୍କ ଆଦର୍ଶ ପଟ୍ଟଶିଶ୍ୟ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ) ଙ୍କ ଦ୍ଵାରା ଲିଖିତ ପୁସ୍ତକ ଆଲୋକରେ ଶବ୍ଦ ନୃତ୍ୟ ର ପ୍ରଥମ ଭାଗ ଉନ୍ମୋଚିତ ହୋଇଯାଇଅଛି !
ଡ଼.ରବି ନାରାୟଣ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସର୍ଦ୍ଦାର ପ୍ରିଢମ ସିଂ ସ୍ଵାଗତ କରିଥିବା ବେଳେ ନିସାର ଅହମଦ ନିସାର ପ୍ରାରମ୍ଭିକ ସଙ୍ଗୀତ ଗାୟନ କରିଥିଲେ ! ସଭାପତି ଡ଼. ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ଗୁରୁ ବନ୍ଦନା ଓ ଦୀପ ପ୍ରଜ୍ବଳନ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା। ମୂଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ଷଡ଼ଙ୍ଗୀ, ପୁସ୍ତକ ସମୀକ୍ଷକ ଡ. ଶିୟାପ୍ରିୟା ମିଶ୍ର, ସମ୍ମାନିତ ଅତିଥି ଦଧିବାବନ ଶତପଥୀ ଯୋଗଦାନ କରି ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ)ଙ୍କ ରଚିତ ଶାସ୍ତ୍ରୀୟ ପ୍ରାମାଣିକ ପୁସ୍ତକ ଆଲୋକରେ ଶବ୍ଦ ନୃତ୍ୟ ର ପ୍ରଥମ ଭାଗ ଲୋକାର୍ପିତ କରିଥିଲେ ମୂଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ଷଡ଼ଙ୍ଗୀ ପୁସ୍ତକ କୁ ସଙ୍ଗୀତ ନାଟକ ଏକାଡେମୀ ର ଦୃଷ୍ଟି ଆକର୍ଷଣ କରି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଡ଼. ଶିବପ୍ରିୟା ମିଶ୍ର ପୁସ୍ତକ ସମୀକ୍ଷା କରି ସମସ୍ତ ଶାସ୍ତ୍ରୀୟତା ଦିଗ ଉପରେ ପ୍ରାଞ୍ଜଳ ଭାବରେ ଉପସ୍ଥାପନା କରି ଶାସ୍ତ୍ରୀୟ ନୃତ୍ୟକୁ କେଉଁ ଆଧାରରେ କି ଉଦ୍ଦେଶ୍ୟରେ ଲୋକ ନୃତ୍ୟ ଭାବରେ ସ୍ଵୀକୃତି ପ୍ରଦାନ କରାଗଲା ବୋଲି ଉଦବେଗ ପ୍ରକାଶ କରି ଗୁରୁ ଭାଗବତ ପଧାନଙ୍କୁ ଖୁବ୍ ପ୍ରଶଂସା କରିଥିଲେ ! ଗୁରୁ ଭାଗବତ ପଧାନ ଶବ୍ଦ ନୃତ୍ୟ ର ଅନେକ ଶାସ୍ତ୍ରୀୟ ପ୍ରମାଣ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ଏହି ଅବସରରେ ମୂଖ୍ୟ ଅତିଥି, ପୁସ୍ତକ ସମୀକ୍ଷକ ଏବଂ ଗୁରୁ ଭାଗବତ ପଧାନଙ୍କୁ ସ୍ମୃତି ଫଳକ ଏବଂ ଉତ୍ତରିୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା !
ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ଯୋଗଦାନ କରିଥିବା ବିଶିଷ୍ଟ ପ୍ରତିଭା ମହେନ୍ଦ୍ର ମେହେର, ସୁବାସ ପ୍ରଧାନ ନୁରାବତୀ ସାହୁ ସନ୍ତୋଷିନୀ ଦାଶ କମଳୀନି ଦେବୀ ସୁପ୍ରଭା ସାମଲ ବିପ୍ର ଚରଣ ସାହୁ, ଟିକେ ଲାଲ୍ ରାଉତ ଗଦାଧର ବରିହା ବାସୁଦେବ ନାଇକ, ସଙ୍ଗୀତା ଦୀପ, ସନ୍ତୋଷିନୀ ନାଗ ସଂଘମିତ୍ରା ପଟେଲ,ଡ଼ା ସୁବଳ ମାଝୀ,ଝାଡେଶ୍ବର ପ୍ରଧାନ,ଙ୍କ ସମେତ ବହୁ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା
ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଦ୍ବିତୀୟ ଅଧିବେଶନରେ ବରିଷ୍ଠ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ସଭାପତିତ୍ବରେ କବି ଧର୍ମରାଜ ପ୍ରଧାନଙ୍କ ସଞୋଯନାରେ କବି ଉଦ୍ଧବ ବାରୀକ, ପ୍ରଦୀପ ସାହୁ, ରାମଜୀ ପ୍ରଧାନ, ବିପ୍ର ଚରଣ ସାହୁ, ରବୀନ୍ଦ୍ର ପଣ୍ଡା ଭବାନୀଶ ଭୋଇ , ହର୍ଷ ବେହେରା ସମେତ ଅନେକ ସାହିତ୍ୟିକ ନାଟ୍ୟକାର ଶବ୍ଦ ନୃତ୍ୟ ର ପ୍ରଣେତା ଗୁରୁ ଭଗବାନ ସାହୁ ଏବଂ ଶବ୍ଦ ନୃତ୍ୟ ଉପରେ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ଏବଂ ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ରକ୍ଷା କରୁଥିବା ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଶବ୍ଦ ନୃତ୍ୟ ର ଶାସ୍ତ୍ରୀୟତା ଉପରେ ଗୁରୁ ଭାଗବତ ପଧାନ ଙ୍କୁ ନେଇ ଶବ୍ଦ ନୃତ୍ୟ ଉପରେ ଆଲୋଚନା ଚକ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଗୁରୁ ଭାଗବତ ପଧାନ ଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ କୃଷ୍ଣ ଚନ୍ଦ୍ର ପଣ୍ଡା ଯୁଗଳ ପ୍ରାସାଦ ସିଂ ଅଚ୍ୟୁତା ନନ୍ଦ ବାରିକ ତୁଳସୀ ଚରଣ ଦାଶ ଯଶବୀର ସିଂ ସୈନି , ଉଦ୍ଧବ ବେହେରା, ଶିବାନନ୍ଦ ମଟାରି ସାରଥି ମେହେର, ମନୋଜ ବାଗ, ଶ୍ରୀମତୀ କମଳା ଦାଶ,ପଞ୍ଚାନନ ବାରିକ ପ୍ରମୁଖ ସହଯୋଗ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରା ମନୋରଞ୍ଜନ ସାହୁ,ଡ. ନାରାୟଣ ଭୋଇ,ଲିଟୁ ମହାନ୍ତି, ଗୋପାଳ ଦାଶ, ନେହେରୁ ସରାପ, ଶଙ୍କର ପଟ୍ଟନାୟକ, ପ୍ରଦୀପ କୁମାର ନାଥ,ଓ ଆହୁରି ଅନେକ କଳାପ୍ରେମି ବୁଦ୍ଧିଜୀବୀ ଯୋଗଦେଇଥିଲେ ! ଶେଷରେ ଡ଼. ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ