କୁଚିଣ୍ଡା ଓ କେଶାଇବାହାଲରେ ରଙ୍ଗବତୀ ଦିନ ପାଳିତ


ସମ୍ବଲପୁର: କୁଚିଣ୍ଡା ଝୁଲେନ ପୋଲ ନିକଟସ୍ଥ ଆଦିବାସୀ ଭବନ ରେ ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ବିଶ୍ଵବିଖ୍ୟାତ ରଙ୍ଗବତୀ ଗୀତ ର ରଚୟିତା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ଦିନକୁ ରଙ୍ଗବତୀ ଦିନ ଭାବରେ ପାଳିତ ହୋଇଯାଇଛି I ଏଥିରେ ବାଳମତି ଦେହୁରି ନର୍ସିଂ କଲେଜ ର ପ୍ରସାଶନିକ ଅଧିକାରୀ ମୁକୁନ୍ଦ ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କଲେଜର ଛାତ୍ରୀ ସୁଶ୍ରୀ କଲ୍ୟାଣୀ ନାଏକ ଅତିଥି ପରିଚୟ ଓ ଦିବସ ର ମାହାତ୍ମ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଆଇନଜିବୀ ଓ ଗୀତିକାର ହୃଦାନନ୍ଦ ଶର୍ମା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଦୀନବନ୍ଧୁ ପଟେଲ ଯୋଗ ଦେଇ ମିତ୍ରଭାନୁ ଗୌନ୍ତିଆଙ୍କ ସାହିତ୍ୟ ସାଧନା ଉପରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ନାୟକ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଦୁଇ ଗୋଟି ଗ୍ରନ୍ଥାବଳୀ ପ୍ରଥମ ଓ ଦ୍ବିତୀୟ ଭାଗର ସମୀକ୍ଷା କରିଥିଲେ । ଶେଷରେ ନର୍ସିଂ କଲେଜ ର ଛାତ୍ରୀ ମାନେ ରଙ୍ଗବତୀ ଗୀତକୁ ନିଜ ସ୍ୱର ରେ ଗାନ କରିଥିଲେ। ଛାତ୍ରୀ ସୁଶ୍ରୀ କୁମୁଦିନୀ କାଲୋ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସେହିପରି ଗତକାଲି ବିଶ୍ଵ ପ୍ରସିଦ୍ଧ ରଙ୍ଗବତୀ ସଂଗୀତ ରଚୟିତା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଙ୍କ ଜନ୍ମ ଦିନ ରେ,କେଶାଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ, ଗ୍ରାମ ବାସି ତରଫରୁ ପାଳନ କରାଯାଇଥିଲା । ମୂଖ୍ୟ ଅତୀଥି ଓ ମୂଖ୍ୟ ବକ୍ତା ଭାବରେ, ବିଦ୍ୟାଳୟ ପ୍ରତିଷ୍ଠିତା ଶ୍ରୀ ଖତୁନାଥ ପିଙ୍ଗ ଓ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ରଜନୀ କାନ୍ତ ପଟେଲ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ଦାସ ସଭାପତିତ୍ବ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ କେଶାଇବାହାଲ+୩ କଲେଜ ର ଅଧ୍ୟକ୍ଷ ଶ୍ରୀ ଦୟାସାଗର ପ୍ରଧାନ ସମ୍ମାନିତ ଅତିଥି ଭାବେ ଏବଂ ଅନୁଷ୍ଠାନ ର ସମସ୍ତ ଶିକ୍ଷକ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ