Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ।

କଳାହାଣ୍ଡି:୧୦/୦୪
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଠାରେ ସ୍କୁଲ ଭେନ୍ ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୮ ଜଣ ଛାତ୍ର ଛାତ୍ରୀ । ଦୁର୍ଘଟଣା ପରେ ଅଞ୍ଚଳବାସୀ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ଜଣେ ଛାତ୍ରୀ ଙ୍କୁ ଭବାନୀପାଟଣା ଚିକିତ୍ସାଲୟ ରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ବେପାରୁଆ ଭାବେ ଗାଡି ଚାଳନା କରୁଥିବା ଜଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ମୁଖିଗୁଡ଼ା ସ୍ଥିତ ଭେଙ୍କଟେଶ୍ୱର୍ ଇଂଲିଶ ମିଡିଅମ୍ ସ୍କୁଲର ଭେନ ଗୁରୁବାର ସକାଳ ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଯାଉ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।ସୂଚନା ପାଇ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଆସି ବସ ଓ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ବାନେର ଗଣେଶ ଇଂଲିଶ ମିଡିୟମ୍ ସ୍କୁଲ ଦୁର୍ଘଟଣା ଘଟିଥିଲା ।ତେବେ ବସ ଗୁଡିକର ସୁରକ୍ଷାକୁ ନେଇ ଅଭିଭାବକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ସ୍କୁଲ ବସ ଗୁଡିକ ଭଲ ସ୍ଥିତିରେ ନଥିବା ଅଭିଯୋଗ ହେଉଛି।ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ