Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ, ରନର୍ସ ଅପ ହେଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ସ୍ପୋର୍ଟସ କ୍ଲବ।

କଳାହାଣ୍ଡି:୧୬/୦୪
ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ପଡିଆ ରେ ଚାଲିଥିବା ଅଣ୍ଡର ୧୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଥିବା ବେଳେ ଫାଇନାଲରେ କେସିଙ୍ଗା ଆଥେଲେଟିକ ଆସୋସିଏସନ ଓ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ସ୍ପୋର୍ଟସ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ଚିତାକର୍ଷକ ଫାଇନାଲରେ କେସିଙ୍ଗା ଦଳ ୩/୦ ଗୋଲ ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଚାମ୍ପିୟାନ ହୋଇଥିବା ବେଳେ କୋକସରା ସ୍ପୋର୍ଟସ କ୍ଲବ ରନର୍ସ ଅପ ହୋଇଥିଲା। ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେଓ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ ଯୋଗଦେଇ ଚାମ୍ପିୟାନ ଓ ରନର୍ସ ଅପ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ।କଳାହାଣ୍ଡି ଜିଲ୍ଲାର ପ୍ରଥମ।ମହିଳା ରେଫରି ପ୍ରିୟଙ୍କା ବିଶି ଙ୍କୁ ଟ୍ରାକସୁଟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଉଦଯାପିତ ଫାଇନାଲ ଖେଳ କୁ ମ୍ୟାଚ କମିଶନର ନବୀନ ନାଏକ,ସନ୍ତୋଷନନ୍ଦ ନାଏକ,ଚଞ୍ଚଲା ମାଝୀ, ବିଶେ ପ୍ରଧାନ,ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ ।କଳାହାଣ୍ଡି ଜିଲ୍ଲା ର କ୍ରୀଡା ସଂସ୍ଥା ର ସାଧାରଣ ସମ୍ପାଦକ ତଥା ଓଡିଶା କ୍ରିକେଟ ଆସୋସିଏସନ ର ଉପ ସଭାପତି ଜଗମୋହନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସୁନିଲ ବେହେରା, ଉପ ସଭାପତି ରାମ ଜୈନ,ଅର୍ଜୁନ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ କାଳି ପ୍ରସାଦ ପଟ୍ଟନାୟକ,ଚକ୍ରଧର ସେଠି,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ,ଫୁଟବଲ ସମ୍ପାଦକ ମହମ୍ମଦ ଅବଦୁଲ କାଦିର, କୋଷାଧ୍ୟକ୍ଷ ସର୍ଦ୍ଦାର ନିର୍ମଳ ସିଂ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ।କୋକସରା ଉଚ୍ଚ ବିଦ୍ୟାଳୟ ନୋଡାଲ ପିଇଟି ଅମିତ କୁମାର ମହାନ୍ତି ଙ୍କ ନେତୃତ୍ୱରେ କୋକସରା ସ୍ପୋର୍ଟସ କ୍ଲବ ରନର୍ସ ଅପ ଟ୍ରଫି ବିଜେତା ପରେ କୋକସରା ଜବହାର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଟିମ ବିଜେତା ଶ୍ରୀ ମହାନ୍ତି ଓ ଖେଳାଳି ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ