Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ରାଜ ଦିବସ ରେ ଉତ୍ତମ ପ୍ରଦର୍ଶନ ନେଇ ସମ୍ମାନିତ ହେଲେ ରେଙ୍ଗାଳପାଲି ସରପଞ୍ଚ।

କଳାହାଣ୍ଡି:୨୪/୦୪
ଜାତୀୟ ପଞ୍ଚାୟତ ରାଜ ଦିବସ ଆଜି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ସରକାରୀ ଯୋଜନା କୁ କାର୍ଯ୍ୟକାରୀ କରିବା ଓ ଉତ୍ତମ ପ୍ରଦର୍ଶନ ନେଇ ସମ୍ବର୍ଦ୍ଧିତ କରାଯାଇଛି। କୋକସରା ବ୍ଲକ ର ୬ ଗୋଟି ପଞ୍ଚାୟତ ସରପଞ୍ଚ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କୋକସରା ବ୍ଲକ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର ଙ୍କୁ ମାନପତ୍ର ଓ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଅନ୍ୟ ୫ ପଞ୍ଚାୟତ ଜନ ପ୍ରତିନିଧି ଙ୍କୁ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ସିଡିଓ ଦୟାମୟ ପାଢ଼ୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ପ୍ରତିନିଧି ଙ୍କୁ ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ପ୍ରଶାସନ ର ଏହି ପ୍ରୋତ୍ସାହନ ଆଗାମୀ ଦିନରେ ସରକାରୀ ଯୋଜନା କୁ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମ କରିବାକୁ ଉତ୍ସାହିତ କରିବ ବୋଳି ରେଙ୍ଗାଳପାଲି ପଞ୍ଚାୟତ ମହିଳା ସରପଞ୍ଚ ପଦ୍ମିନୀ ପାତ୍ର ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ