Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହେଲଗାଁଓ ରେ ୨୭ ହିନ୍ଦୁଙ୍କ ନିର୍ମମ ହତ୍ୟା ବିରୁଦ୍ଧରେ ବିଜେପି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।

କଳାହାଣ୍ଡି ୨୪/୦୪
ଗତ ୨୨ ତାରିଖରେ କାଶ୍ମୀର ପହେଲଗାଁଓ ଠାରେ ୨୭ ଜଣ ହିନ୍ଦୁ ଙ୍କୁ ଆତଙ୍କବାଦୀ ମାନେ ନିର୍ମମ ଗୁଳି କରି ହତ୍ୟା କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ଆତଙ୍କବାଦ କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡିଲ ଶୋଭାଯାତ୍ରା କରାଯାଇଛି। ଏଭଳି ବର୍ବର ଆତଙ୍କବାଦୀ କାର୍ଯ୍ୟକୁ ଦୃଢ଼ ହସ୍ତରେ ଭାରତ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ର କର୍ମକର୍ତ୍ତା ମାନେ ଦାବି କରିବା ହିନ୍ଦୁସ୍ଥାନ ରେ ହିନ୍ଦୁ ମାନଙ୍କ ସୁରକ୍ଷା ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛି। କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ,ବ୍ଲକ ସମ୍ପାଦକ ମନୋଜ କୁମାର ନାଏକ, ଯୁବମୋର୍ଚ୍ଚା ରୁ ସୁଜିତ ରାଜପୁତ, ତ୍ରିଲୋକ୍ୟ ବେଶ୍ରା,ବିଜେପି ବରିଷ୍ଠ ନେତା ଗଣେଶ ନନ୍ଦ, ତ୍ରିନାଥ ଶବର, ଦୁର୍ଗା ପ୍ରଧାନୀ,ଗୋପାଳ ଅଗ୍ରୱାଲ, ସାରଳା ପ୍ରଧାନୀ,ମୁକୁନ୍ଦ ପଟ୍ଟନାୟକ, ନରେନ୍ଦ୍ର ପ୍ରଧାନୀ,ପ୍ରମୋଦ ପ୍ରଧାନୀ,ଧର୍ମାନନ୍ଦ ନେଗି, ରତନ ମାଝୀ,ଭାବଗ୍ରାହୀ ପ୍ରଧାନୀ,ଚକ୍ରଧର ବେଶ୍ରା,କ୍ଷୀରସିନ୍ଧୁ ନେଗି ଓ ଅନ୍ୟ କର୍ମୀମାନେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ