Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଠାରେ ପେହେଲଗାଁମ ଆତଙ୍କୀ ଆକ୍ରମଣ ର ଦୃଢ଼ ନିନ୍ଦା ଓ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ମାର୍ଚ୍ଚରେଲି।

କଳାହାଣ୍ଡି:୨୫/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ମାରୱାଡି ଯୁବାମଞ୍ଚ ଓ ଲଡ଼ୁଗାଁ ଗ୍ରାମବାସୀ ପକ୍ଷରୁ ଗତ ଏପ୍ରିଲ ୨୨ ତାରିଖ ରେ କାଶ୍ମୀର ପେହେଲଗାଁମ ଠାରେ ଘଟିଥିବା ସଙ୍ଗଠିତ ଆତଙ୍କୀ ଆକ୍ରମଣ ର ଦୃଢ଼ ନିନ୍ଦା କରି ଶୁକ୍ରବାର ସନ୍ଧ୍ୟା ରେ କୋକସରା ବ୍ଲକ ଲଡ଼ୁଗାଁ ସହର ବସଷ୍ଟାଣ୍ଡ ରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ଦୁର୍ଗା ମଣ୍ଡପ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା l ହିନ୍ଦୁ ମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର, ନିର୍ମମ ହତ୍ୟା କୁ ପ୍ରତିବାଦ କରି ମୃତକ ଙ୍କୁ ଶୋକାଭିଭୂତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକାକୁଳ ପରିବାର କୁ ସମବେଦନା ଜଣେଇଛନ୍ତି l ଏହି କ୍ୟାଣ୍ଡେଲ ମାର୍ଚ୍ଚ ଓ ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦେଶରୁ ଆତଙ୍କବାଦ ଓ ଆତଙ୍କୀ ଙ୍କୁ ସଫା କରିବାକୁ ନିବେଦନ କରିଛନ୍ତି l କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ବରେ ପଙ୍କଜ ଅଗ୍ରୱାଲ, ରୋନକ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା,ପଙ୍କଜ ମୁଖ ଚୌଧୁରୀ, ମୁରାରୀ ଲାଲ ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ସଞ୍ଜୟ ସିଂହଳ,ନାନକ ଅଗ୍ରୱାଲ, ରବି ନାରାୟଣ ଦାସ, ବିଜେପି ନେତା ଗଣେଷ ନନ୍ଦ ସମେତ ହିନ୍ଦୁ ପରିଷଦ ସଙ୍ଗଠନ ର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ