Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ମାରୱାଡି ଯୁବାମଞ୍ଚ ର ନୂତନ କର୍ମକର୍ତ୍ତା ମନୋନୀତ,ଯୁବାମଞ୍ଚ କୁ କ୍ରିୟାଶୀଳ କରିବାକୁ ପରାମର୍ଶ।

କଳାହାଣ୍ଡି:୨୬/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସହର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ମାରୱାଡି ଯୁବାମଞ୍ଚ ର ନୂତନ କର୍ମକର୍ତ୍ତା ମନୋନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାରୱାଡି ଯୁବାମଞ୍ଚ ର ଉପଦେଷ୍ଟା ଓ ବରିଷ୍ଠ କର୍ମକର୍ତ୍ତା ଙ୍କ ସର୍ଵ ସମ୍ମତ୍ତି କ୍ରମେ ନୂତନ କମିଟି ଗଠନ କରାଯିବା ସହ ମନୋନୀତ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ମାରୱାଡି ଯୁବା ମଞ୍ଚ ର ସଭାପତି ଭାବେ ଯୁବା ସାହିଲ କୁମାର ଅଗ୍ରୱାଲ ଙ୍କୁ ଦାୟିତ୍ୱ ମିଳିଛି। ଉପ ସଭାପତି ଭାବେ ଯୁବା ଆଲୋକ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଭାବେ ଯୁବା ଗୌରବ ଗର୍ଗ, ସହ ସମ୍ପାଦକ ଭାବେ ଯୁବା ଗୌରବ ଅଗ୍ରୱାଲ, ଯୁବା ଶ୍ୟାମୁ ଶର୍ମା, ଯୁବା ବିକାଶ ଅଗ୍ରୱାଲ, କୋଷାଧ୍ୟକ୍ଷ ଭାବେ ଯୁବା ଅମିତ ଅଗ୍ରୱାଲ ଙ୍କୁ ମନୋନୀତ କରାଯାଇଛି। ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ପୂର୍ବରୁ ଜନ ହିତକର କାର୍ଯ୍ୟ ସହ ରକ୍ତଦାନ ଶିବିର,ସ୍ୱଚ୍ଛତା କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରାଯାଇଛି।ସେହି ଉଦ୍ଦେଶ୍ୟ କୁ ନୂତନ କର୍ମକର୍ତ୍ତା ମାନେ ବଜାୟ ରଖିବା ସହ ସମାଜ ର ବିଭିନ୍ନ ବର୍ଗର ଲୋକଙ୍କ ଜନସେବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ଜାରି ରଖିବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ