Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ଚାଲାଣ ବେଳେ ଗାଡି ଅଟକ ଘଟଣା, ଗ୍ରାମସଭା ପକ୍ଷରୁ ଚାଲାଣ କୁ ଖଣ୍ଡନ ଓ ନ୍ୟାୟ ପ୍ରଦାନ ଦାବି,ନଚେତ ଆନ୍ଦୋଳନ ଚେତାବନୀ।

କଳାହାଣ୍ଡି:୦୪/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଅଞ୍ଚଳ ରୁ ବେଆଇନ ଭାବେ କେନ୍ଦୁପତ୍ର ଚାଲାଣ ଏକ ୧୧୦୯ ଟ୍ରକ କୁ କେନ୍ଦୁପତ୍ର ବିଭାଗ ବିଜମରା ସେକ୍ସନ ଋତୁକାଳୀନ କର୍ମଚାରୀ ମାନେ ଅଟକ ରଖି ପରବର୍ତ୍ତୀ ସମୟରେ ଜଙ୍ଗଲ ଅଧିକାରୀ ମାନେ ପହଞ୍ଚି ଜବତ କରିବା ସହ ଟ୍ରକ ର ଜଣେ କର୍ମଚାରୀଙ୍କ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ତେବେ ଏହି ଘଟଣା କୁ କଳାହାଣ୍ଡି କେନ୍ଦୁପତ୍ର ଗ୍ରାମସଭା ମହାସଂଘ ପକ୍ଷରୁ ପ୍ରତିବାଦ କରିବା ସହ ଗ୍ରାମସଭା ପକ୍ଷରୁ ଏହି ଘଟଣା କୁ ଖଣ୍ଡନ କରିବା ସହ ଗ୍ରାମସଭା ପରମିଟ ରେ ଯାଉଥିବା କେନ୍ଦୁପତ୍ର ବୋଝେଇ ଗାଡି କୁ କେନ୍ଦୁପତ୍ର ଋତୁକାଳୀନ କର୍ମଚାରୀଙ୍କ ମାନେ ଅଟକ ରଖିବା ବେଆଇନ ଦର୍ଶାଇ ରବିବାର ଆମପାଣି ଧାନ ମଣ୍ଡି ରେ ୨୩ ଗୋଟି ଗ୍ରାମସଭା ର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଗ୍ରାମସଭା ଦ୍ୱାରା ପାରିତ ପରମିଟ କୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଅମାନ୍ୟ ଦର୍ଶାଇ କେନ୍ଦୁପତ୍ର ବୋଝେଇ ଗାଡି କୁ ଜବତ କରି ଗାଡି ର ହେଲ୍ପର କୁ କୋର୍ଟ ଚାଲାଣ କୁ ବିରୋଧ କରିଥିଲେ। ଏହି ବୈଠକରେ ଜିଲ୍ଲା ଗ୍ରାମସଭା କମିଟି ର ସଭାନେତ୍ରୀ ମମତା ମାଝୀ, ବ୍ଲକ ସଭାପତି ଧର୍ମାନନ୍ଦ ନାଏକ, ସମ୍ପାଦକ ପାର୍ଥବ ମାଝୀ, ପିପଲ ଝାପର କମିଟି ସଭାପତି ସୁବାଷ ଖର୍ସେଲ, ସମ୍ପାଦକ ନିରଞ୍ଜନ ବାଗ, ବୋରପଦର ଗ୍ରାମସଭା କମିଟିର ସଭାପତି ତ୍ରିନାଥ ଯାନୀ, ପାର୍ଥବ ମାଝୀ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।ପରେ ପିପଲ ଝାପର ଓ ବୋର ପଦର ଗ୍ରାମସଭା କମିଟି ପକ୍ଷରୁ ସ୍ଥାନୀୟ ଆମପାଣି ପୁଲିସ ଘଟଣା ର ନିରପେକ୍ଷ ତଦନ୍ତ କରିବା ସହ ଜବତ କେନ୍ଦୁପତ୍ର ଗାଡି ଗ୍ରାମସଭା କୁ ହସ୍ତାନ୍ତର କରିବାକୁ ଲିଖିତ ଅଭିଯୋଗ କରିଥିବା ନେଇ ଗ୍ରାମ ସଭା କମିଟିର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ