Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଓମ ଜ୍ୟୋତି ପୁରୋହିତ।।

କଳାହାଣ୍ଡି:୧୩/୦୫
ଆଜି ପ୍ରକାଶ ପାଇଛି ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ଫଳ, ଏହି ପରୀକ୍ଷାରେ ଭବାନୀପାଟଣା ସହର ର ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଓ ଶିକ୍ଷୟିତ୍ରୀ ପ୍ରିୟ ଦର୍ଶିନୀ ମୁଣ୍ଡ ଙ୍କ ଝିଅ ଓମ ଜ୍ୟୋତି ପୁରୋହିତ ସିବିଏସଇ ବିଜ୍ଞାନ ପରୀକ୍ଷା ରେ ୯୫.୪୦ ପ୍ରତିଶତ ନମ୍ବର ରଖି ଜିଲ୍ଲା କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଣାପଡିଛି। ଓମ ଜ୍ୟୋତି ପୁରୋହିତ ଭବାନୀପାଟଣା ସ୍ଥିତ ପ୍ରଗତି କଂସେପ୍ଟ ସ୍କୁଲ ରେ ଅଧ୍ୟୟନ କରୁଥିଲେ। ପରୀକ୍ଷା ଫଳ ପ୍ରକାଶିତ ପାଇବା ପରେ ପରୀକ୍ଷା ଫଳ କୁ ନେଇ ଓମ ଜ୍ୟୋତି ପୁରୋହିତ ଖୁସିବ୍ୟକ୍ତ କରିବା ସହ ତାଙ୍କ ସଫଳତା ରେ କଲେଜ ର ଅଧ୍ୟାପକ, ଅଧ୍ୟାପିକା, ବାପା ମା ଙ୍କ ଆଶ୍ରିବାଦ କୁ ଶ୍ରେୟ ଦେଇଛନ୍ତି।ଆଗକୁ ସେ ନିଟ ପାଇଁ ପ୍ରସ୍ତୁତି କରିବେ ବୋଳି କହିଛନ୍ତି। ତାଙ୍କ ବାପା ଶ୍ରୀ ପୁରୋହିତ କୋକସରା ବ୍ଲକ ଲଡୁଗାଁ ହାଇୟର ସେକେଣ୍ଡେରି ସ୍କୁଲ ର ଅଧ୍ୟାପକ ଓ ମା ଶିକ୍ଷୟିତ୍ରୀ ଅଛନ୍ତି।ଝିଅ ର ପରିଶ୍ରମ ହିଁ ତାକୁ ସଫଳତା ଦେଇଛି ଓ ସମସ୍ତ ଙ୍କ ଆଶ୍ରିବାଦ ଯୋଗୁଁ ଏହା ସଫଳ ହୋଇଛି ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ