ଓଡିଶା ଆଦର୍ଶ ବିଦ୍ୟାଳୟ କୋକସରା ସିବିଏସଇ ପରୀକ୍ଷା ମାଟ୍ରିକ ଓ ଦ୍ଵାଦଶ ପରୀକ୍ଷା ରେ ସଫଳତା।


କଳାହାଣ୍ଡି:୧୫/୦୫
ପ୍ରକାଶ ପାଇଥିବା ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ଫଳାଫଳ ସନ୍ତୋଷଜନକ ହୋଇଥିବା ଜଣାପଡିଛି।ଦଶମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ୮୮.୨୩ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଦ୍ଵାଦଶ ପରୀକ୍ଷାରେ ୮୬.୬୬ ପ୍ରତିଶତ ରିଜଲ୍ଟ ହୋଇଛି। ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ଡ଼ଲି ରୋହିଲା ୯୦ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ଦ୍ଵାଦଶ ପରୀକ୍ଷା ରେ ନିହାରିକା ରାଉତ ୮୩ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ତେବେ ଗତବର୍ଷ(୨୩/୨୪) ରେ ଆଦର୍ଶ ବିଦ୍ୟାଳୟ ର ରେଜଲ୍ଟ ନୈରାଶ୍ୟ ଜନକ ରହିଥିବା ବେଳେ ଚଳିତ ବର୍ଷ ରେଜଲ୍ଟ ସନ୍ତୋଷଜନକ ରହିଥିବା ଜଣାପଡିଛି। ଗତବର୍ଷ ଦଶମ ପରୀକ୍ଷାରେ ୭୫ ପ୍ରତିଶତ ଓ ଦ୍ଵାଦଶ ରେ ୪୦.୭ ରହିଥିବା ନେଇ ଆଦର୍ଶ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ନିଝିମ ରାଣି ପଣ୍ଡିତ ସୂଚନା ଦେଇଛନ୍ତି।