Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ବ୍ଲକ ସଭାଗୃହ ରେ ହିତାଧିକାରୀ ଙ୍କୁ ସାଂସଦ, ବିଧାୟକ ବାଣ୍ଟିଲେ ଘରଡ଼ିହ ପଟ୍ଟା ।

କଳାହାଣ୍ଡି:୧୬/୦୫
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସଭା ଗୃହ ରେ ଧର୍ମଗଡ ତହସିଲ ତରଫରୁ ଭୂମି ହୀନ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନା ରେ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା କେଶରୀ ଦେଓ, ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ପ୍ରମୁଖ ପ୍ରଥମ ପର୍ଯ୍ୟାୟ ରେ ଧର୍ମଗଡ ତହସିଲ ର ଖଇରପଦର, କିର୍କାକାନି, କାଙ୍କେରୀ, ଧର୍ମଗଡ (ଗ୍ରାମାଞ୍ଚଳ ) ରାଜସ୍ବ ନିରୀକ୍ଷକ ଅଞ୍ଚଳର ମୋଟ ୫୭ ଜଣ ହିତାଧିକାରୀ ଙ୍କୁ ଘର ଡିହ ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଙ୍କୁ ରେକର୍ଡ କିପର ଗୋପାଳ ମେହେର ପରିଚାଳନା କରିଥିବା ବେଳେ ।l ବଡବାବୁ ସୁନୀଲ କୁମାର କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ। ରେଭେନ୍ୟୁ ସୁପର ଭାଇଜର ରଂଜିତ କୁମାର ରାଉତ, ସିନିୟର କ୍ଲର୍କ ଆଶିଷ କୁମାର ପଣ୍ଡା, ସତ୍ୟବାନ ନାଏକ, ନାଜିର ହରି ମେହେର, ଡିଇଓ କିରଣ କରଆଁ, ଚନ୍ଦ୍ରକାନ୍ତ ଦୁରିଆ, ବିକାଶ କୁମାର ନାଏକ ସମେତ ସମସ୍ତ ଆର. ଆଇ ଏବଂ ତହସିଲ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ