Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଉନି ଠାରେ ଶ୍ରୀ ଭୈରବ ଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପାଣିଗାଁ ଦଳ ଚାମ୍ପିୟାନ।

କଳାହାଣ୍ଡି:୨୦/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ମ୍ୟାଚ ପାଣିଗାଁ ଦଳ(କଲମପୁର ବ୍ଲକ) ବନାମ ଲଡୁଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପିତ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଶିଉନି ୟୁପି ସ୍କୁଲ ଗିରିଶ ଚନ୍ଦ୍ର ସରାବୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଭୁବନେଶ୍ୱର ଦିଶାରୀ, ପରମେଶ୍ବର ଧ. ମାଝୀ,ହିମାଞ୍ଚଳ ପୁଝାରି, କ୍ଷୀରୋଧ ନାଏକ,ସୁମନ୍ତ କୁମାର ପଣ୍ଡା, ସୁଧୀର ଧ.ମାଝୀ,କୁମୁଦ ଚନ୍ଦ୍ର ସେଠି,ସୁନିଲ କୁମାର ନାଏକ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କ ସହ ଅତିଥି ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଟସ ଜିତି ଲଡୁଗାଁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୧୨୧ ର ନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ପାଣିଗାଁ ଦଳ ୧୧.୫ ବଳ ରେ ୧୨୨ ର ନ କରି ମ୍ୟାଚ ଚମ୍ପିୟାନ ହୋଇଥିଲେ। ମ୍ୟାଚ ଅମ୍ପିଆର ଭାବେ କୁମୁଦ ବେହେରା ସୁଶାନ୍ତ ସେଠି ଉପସ୍ଥିତ ରହିଥିବା ବେଳେ ଖେଳ ର ଧାରା ବିବରଣୀ ରମେଶ ବାରିକ, ତୁଳସୀ ବାଗ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥିମାନେ ମ୍ୟାଚ ଚାମ୍ପିୟାନ ପାଣି ଗାଁ ଦଳ ଓ ରନର୍ସ ଅପ ଲଡୁଗାଁ ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।ଉଦଯାପିତ କ୍ରିକେଟ ମ୍ୟାଚ ର ସଭା ରେ ମଞ୍ଚ ସଂଯୋଜନା କ୍ରୀଡାବିଦ ଈଶ୍ୱରୀ ପ୍ରସାଦ ଅଗସ୍ତି କରିଥିବା ବେଳେ ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।ମା ମଙ୍ଗଳା କ୍ରିକେଟ କ୍ଲବ ର କାର୍ତ୍ତିକ ଧ. ମାଝୀ, ହିତେନ୍ଦ୍ର ନାଏକ,ଅବିନାଶ ପଣ୍ଡା, ଖଗେଶ୍ବର ନାଏକ,ସୁମିତ ବେହେରା, ସମୀର ବେହେରା,ଦୀପକ ମାଝୀ, ମଣ୍ଟୁ ନାଏକ,ରାହୁଲ ମାଝୀ, ରୂପେଶ ନାଏକ ପ୍ରମୁଖ ସଦସ୍ୟ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ