Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମ ରେ ଦିର୍ଘ ୮ ଦିନ ପରେ ଦାବ୍ରିଗୁଡା ଜଳିଲା ବିଜୁଳି, ଧନ୍ୟବାଦ ଦେଲେ ଗ୍ରାମବାସୀ।

କଳାହାଣ୍ଡି:୨୩/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଅନ୍ତର୍ଗତ ଦାବ୍ରିଗୁଡା ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଗତ ସପ୍ତାହ ତଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ପୋଡି ଯାଇଥିଲା। ବିଦ୍ୟୁତ ଉପଭୋକ୍ତା ଓ ଗ୍ରାମବାସୀ ମାନେ ଏନେଇ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅବଗତ କରିବା ପରେ ପୂର୍ବରୁ ରହିଥିବା ବକେୟା ବିଦ୍ୟୁତ ଦେୟ ପୈଠ କରିବା ପରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିବ ବୋଳି ରୋକଠୋକ ମନା କରି ଦେଇଥିଲେ। ଦାବ୍ରିଗୁଡା ଗ୍ରାମ ରେ ପାଖାପାଖି ୧୦୦ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ବେପରୁଆ ମନୋଭାବ ଯୋଗୁଁ ଦିର୍ଘ ୪/୫ ଦିନ ଅନ୍ଧାର ରେ ରହିବା ପରେ ଗ୍ରାମବାସୀ ଏନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ଅଭିଯୋଗ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିବା ସହ ବିଦ୍ୟୁତ ଉପଭୋକ୍ତା ମାନେ ୫୦ ହଜାର ଟଙ୍କା ବକେୟା ବିଲ ପୈଠ କରିବା ପରେ ଶୁକ୍ରବାର ଦାବ୍ରିଗୁଡା ଗ୍ରାମରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ଲଗା ଯାଇଛି। ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମ ପରେ ଗାଁ ରେ ପୁଣି ବିଦ୍ୟୁତ ସଂଯୋଗ ହୋଇଥିବା ଯୋଗୁଁ ଗ୍ରାମର ପରୀକ୍ଷିତ ବେଶ୍ରା,ମନଧର କର,ଲଛମନ ଛାତ୍ରୀଆ, ହରି ବେଶ୍ରା,ଯୁଗଳ ନାଏକ, ଚନ୍ଦ୍ରମଣି ବେଶ୍ରା,ଭୋଦେଵ ବାଣୁଆ,ଦୁର୍ଜନ ବାଗ ସୁଦାମ ନାଏକ ପ୍ରମୁଖ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ