Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ନାତକ ପରୀକ୍ଷାରେ ବିକାଶ୍ ଡିଗ୍ରୀ ମହାବିଦ୍ୟାଳୟର ସଫଳତା।

କଳାହାଣ୍ଡି:୨୫/୦୫
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସ୍ନାତକ ପରୀକ୍ଷାରେ ବିକାଶ୍ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଦ୍ଭୂତପୂର୍ବ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି। ସ୍ନେହା ସୁଚିତ୍ରା ମୁଣ୍ଡ ଓ ପ୍ରିୟଙ୍କା ମାଝି ଯଥାକ୍ରମେ BBA ଓ BCA ରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେଇ ବିଭାଗର 100% ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି। ସେହିପରି, ଗଣିତ ବିଭାଗର ଶିବାନୀ ମିଶ୍ର ଓ ଅନ୍ୱେଷା ସାହୁ ଯଥାକ୍ରମେ 9.36 ଓ 9.19 CGPA ରଖି ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନ ବିଭାଗରେ ସମସ୍ତ ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀ ନିପୁଣତାର ସହିତ ପାସ୍‌ କରି ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି।ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନର ନିର୍ଦେଶକ ଶ୍ରୀଯୁକ୍ତ ଡି. ଶ୍ୟାମ, ଅନ୍ୟତମ ନିର୍ଦେଶକ ଶ୍ରୀଯୁକ୍ତ ଡି. ରାମକୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି. ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ, ଆଇଟି ମ୍ୟାନେଜମେଣ୍ଟ ର ଅଧ୍ୟକ୍ଷ ଡ଼ ସୁଦୀପ୍ତ କୁମାର ଜାନା, ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ଼ ଆଦିତ୍ୟ କୁମାର ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀଙ୍କୁ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ