ଇତିହାସ (ସମ୍ମାନ) ରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ଟପ୍ପର ହେଲେ କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ଦୀପାରାଣୀ ନାଗ।


କଳାହାଣ୍ଡି:୨୫/୦୫
କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ମାଣିକ୍ୟ ବିହାର ଭବାନୀପାଟଣା ପକ୍ଷରୁ ଚଳିତ ବର୍ଷର ଯୁକ୍ତ ୩ କଲା ୟୁଜି ସେମିଷ୍ଟାର ୬ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇଛି। କଳାହାଣ୍ଡି ୟୁନିଭରସିଟି ପକ୍ଷରୁ ଇତିହାସ (ସମ୍ମାନ) ପରୀକ୍ଷାରେ କୋକସରା ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ଦୀପାରାଣୀ ନାଗ କଳାହାଣ୍ଡି ୟୁନିଭରସିଟି ଟପ୍ପର ହୋଇଛନ୍ତି। ସେ ୬ ଗୋଟି ସେମିଷ୍ଟାର ରେ ସିଜିପିଏ ୮.୪୫ ମାର୍କ ରଖି କଳାହାଣ୍ଡି ୟୁନିଭରସିଟି ଇତିହାସ (ସମ୍ମାନ)ରେ ଟପ୍ପର ହୋଇଛନ୍ତି।ସେ ତାଙ୍କର ଏହି ସଫଳତା ପଛରେ ଡିଗ୍ରୀ ବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ସମେତ ଅଧ୍ୟାପକ ଅଧ୍ୟାପିକା ଙ୍କ ପରିଶ୍ରମ ଓ ବାପା ମା ଙ୍କ ଆଶ୍ରିବାଦ କୁ ଶ୍ରେୟ ଦେଇଛନ୍ତି । ଆଗକୁ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବା ସହ ଇତିହାସ ବିଭାଗ ପାଇଁ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା କହିଛନ୍ତି।ଦୀପାରାଣୀ ନାଗ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମ ର ସୁଧାଂଶୁ ନାଗ ଓ ଜ୍ୟୋତ୍ସ୍ନା ନାଗ ଙ୍କ ଝିଅ ହୋଇଥିବା ବେଳେ ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।