Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ସଂରକ୍ଷଣକୁ ନେଇ ଧର୍ମଗଡ଼ ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ।

କଳାହାଣ୍ଡି;୨୬/୦୫
ମୋହନ ସରକାର ସାମାଜିକ ଆର୍ଥିକ ପଛୁଆ ବର୍ଗ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଧର୍ମଗଡ଼ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଳା ସଭାପତି ଯୁଗଳ କିଶୋର ପୋଡ଼ ପ୍ରକାଶ କରିଛନ୍ତି। ମୋଦି ସରକାର ସବକା ସାଥ ସବକା ବିକାଶରେ ବିଶ୍ଵାସ କରନ୍ତି। ବିଜେପି ଶାସିତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶରେ ମଧ୍ୟ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରାଯାଇଛି। କଂଗ୍ରେସ ଏବଂ ବିଜେଡ଼ିର ଦୀର୍ଘ ବର୍ଷର ଶାସନ କାଳରେ ଯାହା ସମ୍ଭବ ହୋଇନଥିଲା ତାହା ମୋହନ ସରକାର କରି ଦେଖାଇଛନ୍ତି। ଓଲଟା ବିଜେଡି ତା’ର ଶାସନ କାଳରେ ନିର୍ବାଚନ ସମୟରେ ଏହି ବର୍ଗର ପ୍ରତିନିଧିତ୍ଵ ସମାପ୍ତ କରିବାକୁ ଷଡଯନ୍ତ୍ର କଲା । କେନ୍ଦ୍ର ସରକାର ଏବେ ଜାତି ଜନଗଣନା କରିବାକୁ ସ୍ଵିକୃତି ପ୍ରଦାନ କରିଥିବାବେଳେ ଆଗାମୀ ଦିନରେ ବିଧିବ୍ଯବସ୍ଥା ଅନୁଯାୟୀ ସଂରକ୍ଷଣ ସୀମା ଆହୁରି ବଢିପାରେ ବୋଲି ଶ୍ରୀ ପୋଡ଼ କହିଥିଲେ। ସରକାରଙ୍କ ଏହି ପଦକ୍ଷେପ ପାଇଁ ବିଧାୟକ ସୁଧୀର ପାଟ୍ଟଯୋଷୀ କୃତଜ୍ଞତା ଜଣାଇଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ଯ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର ,ନଗର ପାଲ ଅଶୋକ କୁମାର ମହାନ୍ତି ,ଜିଲ୍ଲା ଉପସଭାପତି ଲଷ୍ମୀକାନ୍ତ ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ , ଝରିଆ ତେଲି ସାହୁ ସମାଜ ପୂର୍ବତନ କୁଳପତି ସୁକାନ୍ତି ସା ,ଓବିସି ମୋର୍ଚ୍ଚା ଟଙ୍କଧର ନାଏକ ସେମେଲ ନାଏକ, ଜିଲ୍ଲା ଓବିସି ମୋର୍ଚ୍ଚା ଉପସଭାପତି ଟିକେରାମ ସାହୁ, ସୋମେଶ୍ବର ବୋଡେ଼କ , ପଙ୍କଜ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୂର୍ବତନ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଜନ୍ମେଜୟ ନାୟକ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ