Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଦାଗଡ଼ ଏମଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶିଉନି ଏମଏମସିସି ଦଳ ଚାମ୍ପିୟାନ।

କଳାହାଣ୍ଡି:୨୮/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଏମଏମସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ କନ୍ଦାଗଡ଼ ଖେଳ ପଡିଆ ରେ ମଙ୍ଗଳବାର କ୍ରିକେଟ ଉଦଯାପନି ମ୍ୟାଚ ଶିଉନି ଏମଏମସିସି ଦଳ ଓ ଆମପାଣି ବିବିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସମ୍ମାନିତ ଅତିଥି ଭାବେ ବିଶିକେଶନ ମାଝୀ,ଭୁବନେଶ୍ୱର ଦିଶାରୀ, ଦଇତାରି ମାଝୀ,ଭାସ୍କର ଦଣ୍ଡସେନା, ରାଜ ଧଙ୍ଗଡାମାଝୀ, ଭଗବାନ ମାଝୀ, ମଣ୍ଟୁ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ର ଫାଇନାଲ ର ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଟସ ଜିତି ଶିଉନି ଏମଏମସିସି ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୮ ବିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଆମପାଣି ବିବିସି ଦଳ ୪୨ ରନ ରେ ଅଳ ଆଉଟ ହୋଇଥିଲେ। ହେମନ୍ତ ମାଝୀ, ସୁଶାନ୍ତ କୁମାର ମାଝୀ ଅମ୍ପିଆର ଭାବେ ଖେଳ ପରିଚାଲାନା କରିଥିବା ବେଳେ ସ୍କୋର ବୋର୍ଡ ରେ ଜ୍ୟୋତି ରଞ୍ଜନ ମାଝୀ ଓ ଖେଳ ର ଧାରା ବିବରଣୀ ତୁଳସିରାମ ବାଗ ପ୍ରଦାନ କରିଥିଲେ। ବିଜେତା ଶିଉନି ଏମଏମସିସି ଓ ରନର୍ସ ଅପ ଆମପାଣି ବିବିସି ଦଳ କୁ ଉପସ୍ଥିତ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ।କନ୍ଦାଗଡ଼ ଏମଏମସିସି କ୍ରିକେଟ କ୍ଲବ ପକ୍ଷରୁ ଝସ କେତନ ମାଝୀ, ବିଷ୍ଣୁ ପ୍ରସାଦ,ଭୁବନେ, ଗୁଣ, ତୁଷାର,ଜୟରାମ, ଅଭୟ ସଦସ୍ୟ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଭାସ୍କର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ