Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଥରୁମ ରେ ମାଇଁ ଙ୍କ ଅଶ୍ଳୀଳ ଭିଡିଓ ବନେଇଲେ ଭିଡିଓ ରଖି କରୁଥିଲେ ବ୍ଳାକିମେଲିଂ ଥାନାରେ ଏତଲା ପରେ ଯୁବକ ଗିରଫ ଓ କୋର୍ଟ ଚାଲାଣ।

କଳାହାଣ୍ଡି:୨୮/୦୫
ପଡୋଶୀ ମାଇଁ ଘରର ବାଥରୂମ ରେ ଗାଧୋଇବା ସମୟ ରେ ମାଇଁ ଙ୍କ ଭିଡିଓ ବନାଉଥିଲେ ଭଣଜା , ଭିଡିଓ ରଖି କରୁଥିଲେ ବ୍ଲାକମେଲିଂ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଲିମସେର ଗାଁ ରେ ଦେଖିବାକୁ ମିଳିଛି । ସୂଚନା ମତେ ଲିମସେର ଗାଁ ର ଜଣେ ଯୁବକ ସମ୍ପର୍କୀୟ ନିଜ ମାଇଁ ଙ୍କ ଘର ର ବାଥରୁମ ରେ ଗାଧୁଆ ବେଳ ର ଦୃଶ୍ୟକୁ ଏକ ମୋବାଇଲ ସାହାଯ୍ୟ ର କଏଦ କରିଥିଲା । ଉକ୍ତ ଭିଡିଓ ଟି କୁ ରଖି ମାଇଁ ଘରର ସଦସ୍ୟ ମାନଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ବାରମ୍ବାର ପଠଉଥିଲା । ଉକ୍ତ ଭିଡିଓ ଟି କୁ ସୋସିଆଲ ମେଡିଆ ରେ ଭାଇରାଲ କରିବାର ଭୟ ଦେଖାଉଥିଲା। ଭାଇରାଲ କରିବା ଆଳରେ କେତେବେଳେ ସୁନା ଅଳଙ୍କାର ମାଗୁଥିଲା ତ ଆଉ କେତେବେଳେ ଟଙ୍କା ମାଗୁଥିଲା । ଏଭଳି ନିର୍ଯ୍ୟାତନା ବାରମ୍ବାର ନିଜ ମାଇଁ ଘରକୁ ଦେଇଆସୁଥିଲା । ଏନେଇ ଯୁବକ ର ମାଇଁ ଘର ଲୋକେ ଗୋଲାମୁଣ୍ଡା ଥାନା ର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ କୁ ଆଧାର କରି ପୁଲିସ ର ଛାନ ଭିନ ପରେ ପୁଲିସ କୁ ମିଳିଥିଲା ସାଂଘାତିକ ତଥ୍ୟ । ଏହି ତଥ୍ୟ କୁ ଆଧାର କରି ଜଣେ ଯୁବକ କୁ ପୁଲିସ ଗିରଫ କରିଛି । ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ଲିମସେର ଗାଁ ର ପ୍ରେମାନନ୍ଦ ମେହେର ବୋଲି ଜଣାପଡିଛି ।ଏନେଇ ଗୋଲାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ଯୁବକ ଜଣକ କୁ କୋର୍ଟ ଚାଲାଣ କରାଯାଇଥିବା ଗୋଲାମୁଣ୍ଡା ଥାନାଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ