Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅତାବିରା ରେ ଶୈକ୍ଷିକ ସମ୍ମିଳନୀ

ଅତାବିରା: ଶିଶୁର ଗତିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ରୂପାନ୍ତରିକରଣ ହିଁ ଶିକ୍ଷା l ସେ ଶିକ୍ଷିତ ହେଲେ ଦୁନିଆକୁ ପରିବର୍ତ୍ତନ କରିପାରିବ ବୋଲି ଶୁକ୍ରବାର ଅତାବିରା ହାଇସ୍କୁଲ ଠାରେ ଅନୁଷ୍ଠିତ ଶୈକ୍ଷିକ ସମ୍ମିଳନୀ ‘ସିମ୍ପୋରିସିମ୍’ 2023 ରେ ଯୋଗଦେଇ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l ଏହି ଅବସରରେ ଶିକ୍ଷକ ମନୋରଞ୍ଜନ ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶୈକ୍ଷିକ ସମ୍ମିଳନୀ ‘ସିମ୍ପୋରିସିମ୍’ 2023ରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ ମୁଖ୍ୟ ଅତିଥି, ଅତାବିରା ଏନଏସି ନଗରପାଳ ବନମାଳି ବରିହା, ବରଗଡ଼ ଜିଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଅତାବିରା ଗୋଷ୍ଠୀ ଶିକ୍ଷାଧିକାରୀ ମାଛିନ୍ଦ୍ର ମଲ୍ଲିକ, ଆୟୋଜକ ଅତାବିରା ହାଇସ୍କୁଲ ର ପ୍ରଧାନଶିକ୍ଷକ ମନୋଜ କୁମାର ହରିପାଳ, ତରାକାନା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ ସଂମ୍ମାନିତ ଅତିଥିଭାବେ ଯୋଗଦେଇ ଶିକ୍ଷକ ଙ୍କୁ ଶିକ୍ଷାଦାନ ର ବିଭିନ୍ନ ଦିଗ ଓ ଯୋଜନା ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରଗଡ଼, ଭେଡେନ, ସୋହେଲା ର ଗୋଷ୍ଠୀ ଶିକ୍ଷକାଧିକାରୀ, ଅତାବିରା ସହକାରୀ ଗୋଷ୍ଠୀ ଶିକ୍ଷକାଧିକାରୀ ମଞ୍ଚସିନ ଥିଲେ l ବିଭିନ୍ନ ସ୍ତରରେ କୃତିତ୍ୱ ହାସଲ କରିଥିବା ଅତାବିରା ବ୍ଲକ ଅଞ୍ଚଳର ଛାତ୍ରୀଛାତ୍ର ମାନଙ୍କ ମାନପତ୍ର ଓ ଉପଢୌକାନ ସମ୍ପୃକ୍ତ ସ୍କୁଲ ର ଶିକ୍ଷକଙ୍କ ମାଧ୍ୟମରେ ସଂମ୍ମାନିତ କରାଯାଇଥିଲା l ପ୍ରାରମ୍ଭରେ ଦୀପ ପ୍ରଜ୍ଜଳନ ପୂର୍ବକ ପୂଜାପାଠ କରାଯାଇଛି ଶିକ୍ଷୟୀତ୍ର ଶିକ୍ଷକ ମନେ ମିଳିତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ l ଶେଷରେ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l