Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସମବାୟ ପକ୍ଷରୁ ରବି ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ ୫ ଚାଷି ଙ୍କ ୨୫୪ କ୍ୱିଣ୍ଟାଲ ଧାନ କ୍ରୟ।

କଳାହାଣ୍ଡି:୩୧/୦୫
କଳାହାଣ୍ଡି ଜିଲ୍ଲା କୋକସରା କୃଷି ସମବାୟ ପକ୍ଷରୁ ଶନିବାର ରବି ମଣ୍ଡି ଉଦଘାଟନ ହୋଇଯାଇଛି । ସମବାୟ ସମିତିର ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ଓ ଆରଏମସି କର୍ମଚାରୀ ରାହାସ ବିହାରୀ ଧ. ମାଝୀ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଙ୍କ କୋକସରା ବ୍ଲକ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ ଯୋଗ ଦେଇ ପୂଜାର୍ଚ୍ଚନା ପରେ ମଣ୍ଡି ରୁ ଧାନ କ୍ରୟ ଆରମ୍ଭ ହୋଇଛି। ଚାଷି ଙ୍କୁ ସଫା ଓ ଶୁଖା ଧାନ ଆଣିବା ପାଇଁ ପରାମର୍ଶ ଦେବାସହ ରାଜ୍ୟ ସରକାରଙ୍କ ଚାଷି ଙ୍କ ପାଇଁ ରହିଥିବା ଧାନ ର ଏମଏସପି ବୃଦ୍ଧି ସହାୟକ ମୂଲ୍ୟ ବିଷୟରେ ସୂଚନା ଦେଇଥିଲେ।ଚଳିତ ବର୍ଷ ମେଗାଲିଫ୍ଟ କେନାଲ ରୁ ଜଳସେଚନ ବନ୍ଦ ରହିଥିବା ବେଳେ କିଛି ଚାଷି ନିଜସ୍ୱ ଉଦ୍ୟମ ରେ ଧାନ ଫସଲ ଚାଷ କରିଛନ୍ତି।ସମବାୟ ସମିତି ଅନ୍ତର୍ଗତ ଚିଲିଗୁଡା ଓ ମାଝୀଗୁଡା ର ୧୫ ଜଣ ଚାଷୀ ଏହି ମଣ୍ଡି ରେ ୭୩୮ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରିଥିବା ଜଣାପଡ଼ିଛି। ଆଜି ପ୍ରଥମ ଦିନରେ ୫ ଜଣ ଚାଷୀ ଙ୍କ ୨୫୪ କ୍ୱିଣ୍ଟାଲ ଧାନ ବିକ୍ରି ହେବା ନେଇ ପେକ୍ସ ସମ୍ପାଦକ ସୂଚନା ଦେଇଛନ୍ତି।ଏହି ଅବସରରେ ଆରଏମସି କର୍ମଚାରୀ ଗଗନ ବିହାରୀ ସିଂ, ପୂଜା ସାଗର, ପେକ୍ସ କର୍ମଚାରୀ ଧନଞ୍ଜୟ ବେହେରା,କୁଳମଣି ଖମାରି ସମେତ ସ୍ଥାନୀୟ ଅଞ୍ଚଳର ଚାଷୀ ରଞ୍ଜିତ ନାଏକ, ସୁଧୀର ରଞ୍ଜନ ପଣ୍ଡା, ଜଗ ଜୀବନ ପଣ୍ଡା,କ୍ଷିତି ନାଏକ, ସୁବୋଧ ପଣ୍ଡା ସମେତ ମିଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ