Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣା ଉମାଦେବୀ ଅଗ୍ରୱାଲ ଙ୍କ ଏକାଦସାହ ରେ ଶ୍ରଦ୍ଧାଞ୍ଜଳି ସଭା।

କଳାହାଣ୍ଡି:୦୪/୦୬
କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ବାସିନ୍ଦା ସମାଜସେବୀ ଶ୍ରୀ ସୁରେଶ ଅଗ୍ରୱାଲ, ଶ୍ରୀ ନରେଶ ଅଗ୍ରୱାଲ, ଶ୍ରୀ ବଜରଙ୍ଗ ଅଗ୍ରୱାଲ, ଶ୍ରୀ ମନୋଜ ଅଗ୍ରୱାଲ ଓ ସାନପୁଅ ଶ୍ରୀ କିଶୋର ଅଗ୍ରୱାଲ ଙ୍କ ମା ଉମାଦେବୀ ଅଗ୍ରୱାଲ ଙ୍କ ପରଲୋକ ହୋଇଯାଇଛି। ଗତ ଶୁକ୍ରବାର ଏକାଦଶୀ ଦିନ ସକାଳ ୧୦ ଘଣ୍ଟା ସମୟରେ ତାଙ୍କର ପରଲୋକ ହୋଇଥଲା। ସ୍ୱର୍ଗତା ଉମାଦେବୀ ଜଣେ ଧର୍ମପରାୟଣା, ପରୋପକାରୀ,ମେଳାପୀ ମହିଳା ଥିଲେ। ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସେ ସାମିଲ ରହୁଥିଲେ।ଆଜି ତାଙ୍କ ଏକାଦସାହ ଅଵସର ରେ ଧର୍ମଗଡ଼ ସ୍ଥିତ ଶ୍ରୀରାମ କୁଟୀର ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ରହି ସ୍ୱର୍ଗତା ଉମାଦେବୀ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ସ୍ୱର୍ଗତା ଉମାଦେବୀ ଙ୍କ ପୁତ୍ର, ପୁତ୍ରବଧୁ,ଝିଅ, ଜ୍ୱାଇଁ ନାତି ନାତୁଣୀ, ଜ୍ଞାତି କୁଟୁମ୍ବ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ