Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିଟି ପିଟି ଯୁବକଙ୍କୁ ହତ୍ୟା, 7 ଅଟକ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ଥାନା ଅନ୍ତର୍ଗତ ବୋମାଲୋଇ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପୋଲିସ ଏହି ମାମଲା ରେ7 ଜଣଙ୍କୁ ଅଟକ ରଖିଥିବାର ଜଣାପଡିଛି। ସୂଚନାଯୋଗ୍ୟ ଶନିବାର ଦିନ ରାତି 8 ଟା ସମୟରେ ବିମାଲୋଇ ର ଜନ୍ମଜୟ କିଷାନ (29) ଙ୍କୁ ପାର୍ଟି କରିବା ପାଇଁ ସାତ ଆଠ ଜଣ ସାଙ୍ଗ ଗ୍ରାମର କଣ୍ଟା ପଡ଼ା ଶ୍ମଶାନ ଘାଟ ପାଖକୁ ଡାକି ଥିଲେ। ସମସ୍ତେ ପାର୍ଟି କରିଥିବା ସମୟରେ ବଚସା ହୋଇ ଗଣ୍ଡୋଗଲ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳ ରେ ଉତ୍ୟକ୍ତ ହୋଇ ପ୍ରାୟ ସାତ ଆଠ ଜଣ ସେମାନଙ୍କ ମଧ୍ୟରୁ ମିଶି ବଡି, ହାତେ ପିନ୍ଧି ଥିବା ବଲା ଓ ଫାଇବର ଯୋଗେ ଜନ୍ମଜୟ କିଶାନ ଙ୍କୁ ପିଟି ପିଟି କରିଦେଇଥିଲେ। ଖବର ପାଇ ଠେଲକଲୋଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯନ୍ମଜୟ ଙ୍କୁ ଝାରସୁଗୁଡ଼ା ଡାକ୍ତରଖାନା କୁ ପଠାଇ ଥିଲା। ସେଠାରେ ଡାକ୍ତର ତଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ କୁ ହସ୍ତାନ୍ତର କରିଥିଲା। ଆଜି ଘଟଣାସ୍ଥଳକୁ ସାଇନ୍ତିଫିକ ଦଳ ପହଞ୍ଚି ତଦନ୍ତ କରିଛି। ପୋଲିସ ବିଭିନ୍ନ ସ୍ଥାନ ରେ ଚଢାଉ କରି ୭ ଜଣଙ୍କୁ ଅଟକ ରଖିଛି। ପରିବାର ଲୋକେ କହିବା ଅନୁସାରେ ଗତ ଫେବୃଆରୀ ମାସରେ ଅଭିଯୁକ୍ତ ମାନଙ୍କ ସହିତ ଜନ୍ମଜୟ ଙ୍କ ଗଣ୍ଡଗୋଳ ହୋଇ ମାଡ଼ ପିଟ ହୋଇଥିଲା। ପରିବାର ଲୋକେ କହୁଛନ୍ତି ଜେ ପୂର୍ବ ଗଣ୍ଡଗୋଳ କୁ କେନ୍ଦ୍ର କରି ଯୋଜନା ବଦ୍ଧ ଭବରେ ଜନ୍ମଜୟ ଙ୍କୁ ହତ୍ୟା କରାଯାଇଛି।