Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୭ କେଜି. ଓଜନ କମାଇ ଫ୍ୟାନ୍ସଙ୍କୁ ଚମକାଇଦେଲେ କ୍ରିକେଟର ସରଫରାଜ ଖାନ

ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ବହୁତ ରନ କରିଥିବା ସରଫରାଜ ଖାନଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଚୟନ କରାଯାଇନଥିଲା। ସେ ଘରୋଇ କ୍ରିକେଟରେ ବହୁତ ଭଲ ରନ କରିଛନ୍ତି। ୨୦୨୪ରେ ସେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଡେବ୍ୟୁ କରିଥିଲେ।

ଏହା ପରେ ସେ ଟିମ୍ ଇଣ୍ଡିଆ ପାଇଁ କିଛି ଭଲ ଇନିଂସ ମଧ୍ୟ ଖେଳିଛନ୍ତି। କିନ୍ତୁ ସରଫରାଜ ତାଙ୍କ ଖରାପ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତାଙ୍କର ଓଜନ ବହୁତ ଅଧିକ ଥିଲା, ଯାହା କାରଣରୁ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଥିଲା। କିନ୍ତୁ ସରଫରାଜ ଦୀର୍ଘ ଦିନ ଧରି ତାଙ୍କ ଫିଟନେସ ଉପରେ କାମ କରୁଥିଲେ। ଇଂଲଣ୍ଡ ଗସ୍ତରୁ ବାଦ ପଡ଼ିବା ସତ୍ତ୍ୱେ ସେ ନିଜ ଉପରେ କାମ କରିବା ବନ୍ଦ କରି ନଥିଲେ।

ଏବେ ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ଜବରଦସ୍ତ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ୨୭ ବର୍ଷୀୟ ସରଫରାଜ ଖାନ ଗୋଟିଏ କି ଦୁଇ କିଲୋ ନୁହେଁ ବରଂ ୧୭ କିଲୋ ଓଜନ ହ୍ରାସ କରିଛନ୍ତି। ସେ ଏବେ ବହୁତ ଫିଟ ଦେଖାଯାଉଛନ୍ତି। ତାଙ୍କର ମେଦବହୁଳତା ସମ୍ପୂର୍ଣ୍ଣ ଦୂର ହୋଇଯାଇଛି। ଏହି ଫିଟନେସ ସହିତ ଏବେ ସରଫରାଜ ପିଚ୍ ରେ ଆହୁରି ଅକ୍ରମନାତ୍ମକ ହୋଇପଡ଼ିବେ। ତାଙ୍କର ପରିବର୍ତ୍ତନ ବିଷୟରେ ସବୁଠି ଆଲୋଚନା ହେଉଛି। ସେ ଦୀର୍ଘ ସମୟ ଧରି କଠିନ ଡାଏଟ୍ ଅନୁସରଣ କରୁଥିଲେ ଏବଂ ଜିମ୍‌ରେ ବହୁତ ଝାଳ ବୁହାଉଥିଲେ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ଖେଳାଯାଇଥିଲା। ସରଫରାଜ ମଧ୍ୟ ସେହି ଭାରତ ଏ ଦଳର ଅଂଶ ଥିଲେ। ସେ ଗୋଟିଏ ମ୍ୟାଚ୍ ରେ ୯୨ ରନର ଏକ ଚମତ୍କାର ଇନିଂସ ମଧ୍ୟ ଖେଳିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ