ସମଲେଶ୍ୱରୀ ପୀଠରେ ଆଖଡ଼ା ଖେଳ:ଜୟନାରାୟଣ ଦେଖାଇଲେ କୌଶଳ, ବୁଲିଲା ଖଣ୍ଡା, ଆଖଡ଼ା ଜିଣିଲା ଜନ ପ୍ରାଣ

ସମ୍ବଲପୁର:ସବୁ ବର୍ଷ ପରି ଦଶହରା ପର୍ବ ଉପଲକ୍ଷେ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ରେ ଆଖଡା ଖେଳ ହୋଇଥାଏ। ଦଶହରା ସମୟରେ ମାଁ ସମଲେଶ୍ବରୀ ଙ୍କ ପାଖରେ ଆଖଡା ଦଳ ତାଙ୍କର ରଣ କୌଶଳ ପ୍ରଦର୍ଶନ କରିବାର ପରମ୍ପରା ରହିଛି। ଏହାକୁ ବଜାୟ ରଖି ଆଜି ଅନୁଷ୍ଠିତ ହୋଇଥିବା ଏହି ଆଖଡ଼ା ଖେଳ ସାରା ଓଡିଶାକୁ ଦେଇଛି ନୁଆଁ ଦର୍ଶନ। ସମ୍ବଲପୁର ସହରର ବାଘାଯତୀନ କୁହାଯାଉଥିବା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ପୁଣି ଦେଖାଇଛନ୍ତି ନିଜର ଦାମ୍ଭିକତାର ରଣ କୌଶଳ। ଯାହାକୁ ଦେଖି କେବଳ ଉପସ୍ଥିତ ଜନତା ନୁହଁନ୍ତି ବରଂ ସାରା ଜିଲ୍ଲା ଓ ରାଜ୍ୟ ଦେଖିଲା ଅଲୋଡ଼ା ଜୟନାରାୟଣ ମିଶ୍ରଙ୍କ ଅସଲ ଚିନ୍ତାଧାରା।
ସମ୍ବଲପୁର ସହରର ନଅ ଟି ଆଖଡା ଦଳ ଆଜି ତାଙ୍କର ଖେଳ ପ୍ରଦର୍ଶନ କରିଥିଲେ।ଆଖଡା ଖେଳ ପ୍ରଦର୍ଶନ ସମୟରେ ନିଜେ ଖଣ୍ଡା ଧରି ଆଖଡା ଖେଳିଲେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ଯାହାକି ବଡ ଚର୍ଚ୍ଚା ସଫଳତାର କାହାଣୀ ସାଜିଛି।
ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଏହି ଆଖଡ଼ା ଖେଳ ପ୍ରଦର୍ଶନ ସମୟରେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଆଖଡା ଦଳ ଙ୍କୁ ସମ୍ମର୍ଦ୍ଧିତ କରାଯାଇ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି।ହନୁମାନ ଜୟନ୍ତୀ ସମନ୍ୱୟ ସମିତି ର ଅଧ୍ୟକ୍ଷ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସମସ୍ତ ଆଖଡା ଦଳ ର ଓସ୍ତାଦ ମାନଙ୍କୁ ସମ୍ମର୍ଦ୍ଧିତ କରିଥିଲେ।
ଏଥିରେ ବିଜେପି ର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ଅନିଲ ବେହେରା, ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ, ଅନୁପ ତରିଆ, ରାମଦାସ ପଣ୍ଡା, ବିପିନ ଭାଟିଆ, ମୋହନ ଦାଶ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।