Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଫେସନାଲ ଟେନିସରୁ ସନ୍ନ୍ୟାସ ନେଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ପ୍ରଫେସନାଲ ଟେନିସ୍ ରୁ ଅବସର ଘୋଷଣା କରିଛନ୍ତି। ନୂତନ ପିଢ଼ିର ଖେଳାଳିମାନଙ୍କୁ ପ୍ରେରଣା ଦେଇଥିବା ବୋପାନ୍ନା ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ୟାରିଅର ପରେ ଅବସର ଘୋଷଣା କରିଛନ୍ତି।

ସର୍ବକାଳୀନ ମହାନ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ ବୋପାନ୍ନା। ଏହି ଭାରତୀୟ ଟେନିସ୍ ଇନ୍ ଷ୍ଟାଗ୍ରାମରେ ତାଙ୍କ ନିଷ୍ପତ୍ତିକୁ ନିଶ୍ଚିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବୋପାନ୍ନା ଶେଷ ଥର ପାଇଁ ପ୍ୟାରିସ୍ ମାଷ୍ଟର୍ସ 1000 ରେ ପ୍ରଫେସନାଲ ଭାବରେ ପ୍ରତିଯୋଗିତା କରିଥିଲେ, ଯେଉଁଠାରେ ସେ ଆଲେକଜାଣ୍ଡର ବୁବଲିକ୍ ଙ୍କ ସହିତ ଭାଗୀଦାରୀ କରିଥିଲେ। ଏହି ଯୋଡ଼ି ଜନ୍ ପିଅର୍ସ ଏବଂ ଜେମ୍ସ ଟ୍ରେସିଙ୍କଠାରୁ 5-7, 6-2, 10-8 ରେ ପରାସ୍ତ ହୋଇଥିଲେ ଏବଂ ରାଉଣ୍ଡ ଅଫ୍ ୩୨ ରେ ବାଦ ପଡ଼ିଥିଲେ। ବୋପାନ୍ନା ସୋସିଆଲ ମିଡିଆରେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ପ୍ରଶଂସକ, ପରିବାର ଏବଂ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେଉଁମାନେ ତାଙ୍କ ଦୀର୍ଘ କ୍ୟାରିଅର ଏବଂ ଯାତ୍ରା ସମୟରେ ତାଙ୍କୁ ସମର୍ଥନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ