ଲଡୁଗାଁ ଠାରେ ଅଷ୍ଟ ଲକ୍ଷ୍ମୀ ପୂଜନୋତ୍ସଵ ପାଇଁ ମାଟି ଅନୁକୂଳ।
କଳାହାଣ୍ଡି,୧୧/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଲଡୁଗାଁ ଠାରେ ଚଳିତ ବର୍ଷ ଅଷ୍ଟଲକ୍ଷ୍ମୀ ପୂଜନୋତ୍ସଵ ର ରୌପ୍ୟ ଜୟନ୍ତୀ ପାଳନ ଉତ୍ସଵ ୨୬ ନଭେମ୍ବର ରୁ ୫ ଡିସେମ୍ବର ପର୍ଯ୍ୟନ୍ତ ମହା ଆଡମ୍ବରରେ ଅଷ୍ଟଲକ୍ଷ୍ମୀ ପୂଜା ଅନୁଷ୍ଠିତ କରାଯାଉଛି। ଏଥିପାଇଁ ପୂର୍ବରୁ ସମସ୍ତ ପ୍ରକାର ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଥିବା ବେଳେ ଶୁକ୍ରବାର ଅଷ୍ଟଲକ୍ଷ୍ମୀ ପୂଜନୋତ୍ସଵ ପାଇଁ ମାଟି ଅନୁକୂଳ କରାଯାଇଛି। ଚଳିତ ବର୍ଷ ଅଷ୍ଟଲକ୍ଷ୍ମୀ ପୂଜାକର୍ତ୍ତା ଭାବେ ଶ୍ରୀ ଅନୁପ କୁମାର ଅଗ୍ରୱାଲ ସ୍ବପତ୍ନୀକ ଓ ମହାଲକ୍ଷ୍ମୀ ପୂଜାକର୍ତ୍ତା ଭାବେ ଶ୍ରୀ ବଜରଙ୍ଗ ଅଗ୍ରୱାଲ ସ୍ବପତ୍ନୀକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅଷ୍ଟଲକ୍ଷ୍ମୀ ପାର୍ଶ୍ଵ କର୍ତ୍ତା ଭାବେ ମୋହନ ଚରଣ ଦାସ, ସୁଧୀର କୁମାର ଦାସ,ରତି ରଞ୍ଜନ ଦାଶ, ରୂପସିଂ ଧଙ୍ଗଡା ମାଝୀ, ଜିତେନ୍ଦ୍ର ମାଝୀ, ଦୀପକ ଅଗ୍ରୱାଲ, ଗଣେଶ କାଣ୍ଡି ସ୍ବପତ୍ନୀକ ଦାୟିତ୍ୱ ତୁଲାଇବେ। ଅଷ୍ଟଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସଭାପତି କିଶୋର ଚନ୍ଦ୍ର ଦାସ, ଉପ ସଭାପତି ମୋହନ ଚରଣ ଦାସ, ପବନ ଅଗ୍ରୱାଲ, ସମ୍ପାଦକ କଂହେଇ ଚରଣ ଦାସ,ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କିଶନ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଭୁପେନ୍ଦ୍ର ଦାସ ରହିଥିବା ବେଳେ ମହା ଲକ୍ଷ୍ମୀ ପୂଜା ସ୍ଥାୟୀ କମିଟିର ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ,ସହ ସମ୍ପାଦକ ରୂପସିଂ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ ପ୍ରମୁଖ ରହିଛନ୍ତି। ଚଳିତ ବର୍ଷ ରୌପ୍ୟ ଜୟନ୍ତୀ କୁ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ମୁକ୍ତ ରଙ୍ଗମଞ୍ଚ ରେ ମରାସୁର ବଧ ମଞ୍ଚସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମିନାବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାନେଇ ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

